କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' ଅନୁଷ୍ଠିତ
ବିଞ୍ଝାରପୁର, ୧୦/୧୦ (ପ୍ରଦୀପ କୁମାର ମଲ୍ଲିକ) : ସମଗ୍ର ଶିକ୍ଷା, ଯାଜପୁର ଆନୁକୂଲ୍ୟରେ ଶୁକ୍ରବାର ବିଂଝାରପୁର ପି. ଏସ. କଷ୍ଟର ଅନ୍ତର୍ଗତ ସତ୍ୟଭାମା ଗଣେଶ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅତି ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ବିଞ୍ଝାରପୁର ପି. ଏସ.ଅନ୍ତର୍ଗତ ୧୩ ଟି ବିଦ୍ୟାଳୟର ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଜଗନ୍ନାଥ ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଞ୍ଝାରପୁର ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଶାନ୍ତନୁ ମଲିକ, ମୁଖ୍ୟ ବକ୍ତା ଭାବେ କପିଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଦେବଦତ୍ତ ସେଠୀ ଯୋଗ ଦେଇଥିଲେ lସମ୍ମାନିତ ଅତିଥି ଭାବେ ଏସ ଏମ ସି ପ୍ରେସିଡେଣ୍ଟ ଶ୍ରୀ ମନୋଜ କୁମାର ତ୍ରିପାଠୀ, ନୋଡାଲ ଏଚ.ଏମ. ଚିତ୍ତରଞ୍ଜନ ଜେନା, ଓଷ୍ଟା ସେକ୍ରେଟାରୀ ଶ୍ରୀ ସନ୍ତୋଷ ମିଶ୍ର ଏବଂ ଅନ୍ୟ ମାନ୍ୟ୍ ଗଣ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା ଦାୟିତ୍ଵ ରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସରୋଜ କୁମାର ସାହୁ ଥିଲେ l ଶିକ୍ଷକ ସର୍ବୋଜୟ ରଥ, ସୁନିଲ କୁମାର ସିଂ, ଜୟନ୍ତ ଦାସ, ଭ୍ରମରବର ମଲ୍ଲିକ, ଶିକ୍ଷୟତ୍ରୀ ଲୋପାମୁଦ୍ରା କର, ସୋନାଲି ପଲାଈ, ସମlପିକା ଧଳ, ସ୍ମୃତିରେଖା ସାହୁ, ଐଶ୍ୱର୍ଯ୍ୟା ବିଶ୍ଵାଳ,ଉମାକାନ୍ତ ଦାସ,ରମେଶ ପ୍ରଧାନ, ସନ୍ତୋଷ ପତି ଆଦି ସହଯୋଗ କରିଥିଲେ l ସି.ଆର.ସି.ସି.ଶ୍ରୀଯୁକ୍ତ ସ୍ମୃତି ରଂଜନ ଜେନାଙ୍କ ମାର୍ଗ ଦର୍ଶନ ରେ ଏହି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯକ୍ରମ ଟି ସଫଳ ଭାବେ ପରିଚାଳିତ ହୋଇ ଯାଇଅଛି l ବିଦ୍ୟାଳୟ ର ସୁରଭିର ମୁଖ୍ୟ ଆକର୍ଷଣ ଥିଲା ପିଲାମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ‘ରଙ୍ଗାବତୀ’, ‘ରସ ଜମୁଡାଲି’, ଓଡିଶୀ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ବକ୍ତୃତା, ଚିତ୍ରକଳା, ଶିଳ୍ପକଳା, ପ୍ରବନ୍ଧ ଲିଖନ ଇତ୍ୟାଦି ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଉପସ୍ଥିତ ଅତିଥିମାନେ ସୁରଭି ହେଉଛି ପିଲାଙ୍କ ଲୁକ୍କାୟିତ ପ୍ରତିଭାକୁ ବାହାର କରିବାର ଏକ ସୁନ୍ଦର ମଞ୍ଚ ବୋଲି ମତ ପ୍ରକାଶ କରିଥିଲେ। ଶେଷରେ ବିଜେତା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇ ବ୍ଲକ ସ୍ତରୀୟ ସୁରଭି ପାଇଁ ମନୋନୀତ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ସମରେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।