Hot Posts

6/recent/ticker-posts

ଛାତ୍ର ସଂସଦ ସପଥ ଗ୍ରହଣ ସମାରୋହ

ସିନାପାଲି, ୧୬/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା, ସିନାପାଲି ମହାବିଦ୍ୟାଳୟରେ ଚୟନ ପ୍ରକ୍ରିୟା କୁ ଗୁରୁତ୍ୱ ଦେଇ ନିର୍ବାଚନ ବଦଳରେ ଚୟନ ପ୍ରକ୍ରିୟାରେ ଛାତ୍ର ସଂସଦ ନେତା ଚୟନ କରାଗଲା । ସିନାପାଲି ମହାବିଦ୍ୟାଳୟ ଛାତ୍ର ସଂଘର ସଭାପତି ରୁପେ ସଚିନ୍ଦ୍ର କାଣ୍ଡ +୩ ତୃତୀୟ ବର୍ଷ କଳା ଛାତ୍ର , ଉପ ସଭାପତି ରୁପେ ରୁବି ମେହେର +୩ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ, ସମ୍ପାଦକ ରୁପେ ସୁଭେନ୍ଦୁ ମେହେର +୩ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର, ସାଂସ୍କୃତିକ ସମ୍ପାଦକ ରୁପେ ବରୁଣୀ ସୁନାନୀ +୩ ଦ୍ବିତୀୟ ବର୍ଷ କଳା ଛାତ୍ରୀ , ଏବଂ କ୍ରୀଡ଼ା ସମ୍ପାଦକ ରୁପେ ଭୂପିନ୍ଦର ସିଂ ବାରିକ +୩ ଦ୍ବିତୀୟ ବର୍ଷ କଳା ଛାତ୍ର ଚୟନ ହୋଇଛନ୍ତି । ବ୍ଯାପକ ପୋଲିସ ସୁରକ୍ଷା ବଳୟ ମଧ୍ଯରେ ଶାନ୍ତି ସୃଙ୍ଖଳା ସହିତ ସିନାପାଲି ମହାବିଦ୍ୟାଳୟରେ ଏହି ଛାତ୍ର ସଂସଦ ନିର୍ବାଚନ ସମାପ୍ତ ହୋଇଛି । ଆଜି ନିର୍ବାଚିତ ପ୍ରତିନିଧି ମାନେ ବିଧିବଦ୍ଧ ଭାବରେ ସପଥ ଗ୍ରହଣ କରିଥିଲେ । ଛାତ୍ର ସଂଘର ନେତା ନେତ୍ରୀ ମାନଙ୍କୁ ମହାବିଦ୍ୟାଳୟର ପ୍ରିନ୍ସିପାଲ ସପଥ ପାଠ କରାଇଥିଲେ । ସାରିରିକ ଅସୁସ୍ଥତା କାରଣରୁ କ୍ରିଡା ସମ୍ପାଦକ ରୁପେ ଚୟନ ହୋଇଥିବା ଭୂପିନ୍ଦର ସିଂ ବାରିକ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ।