Hot Posts

6/recent/ticker-posts

ଶାରଦୀୟ ଦୂର୍ଗାପୂଜା ରେ ଶୁଭ ଅଭିନନ୍ଦନ

ବାସୁଦେବପୁର, ୨୧/୧୦ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଗୋପବନ୍ଧୁ ନଗର ଗ୍ରାମପଞ୍ଚାୟତରେ ଦୁର୍ଗାପୂଜା ପାଳିତ ହୋଇଯାଇଛି, ମାଆ ଦୂର୍ଗା ପୁଜା ନିଆରା ଢଙ୍ଗରେ ପାଳିତ ହୋଇଛି, ମାଆ ଙ୍କୁ ଦେଖିବା ପାଇଁ ବହୂ ଦୂର ଦୂରାନ୍ତରୁ ଦର୍ଶକ ମାନେ ଅସିଥିଲେ, ମାନଙ୍କୁ ଦର୍ଶନ କରି ଭକ୍ତ ମାନେ ଖୁସି ଉଲ୍ଲାସରେ ଘରକୁ ଫେରି ଥିଲେ, ବେସ୍ ଧୁମ୍ ଧାମରେ ଦୁର୍ଗା ପୂଜା ପାଳିତ ହୋଇଥିଲା, ଅଜିକି ତିରିଶି ବର୍ଷ ଧରି ଏହି ଦୁର୍ଗା ପୂଜା ପାଳିତ ହୋଇ ଆସୁଛି, ଆଜି ବି ଦେଖିବକୁ ମିଳିଛି ଆମ ସଂସ୍କୃତି ଆମ ପରମ୍ପରା ବଞ୍ଚି ରହିଛି, ସମ୍ପାଦକ, ଅମୂଲ୍ୟ ମାଇତି, ପେଶିଦେଣ୍ଟ, ବୁଧିରମ୍ ଭୋଈ, ନିରାକାର ବଳ, ଗାଜେନ୍ଦ୍ର ନାୟକ, ବଙ୍କେଶ ସାମନ୍ତ, ଓ ସମସ୍ତ ଗ୍ରାମବାସିଙ୍କ ଦ୍ଵାରା ଦୂର୍ଗାପୂଜା ପାଳିତ ହୋଇଛି, ସମ୍ପାଦକ ଅମୁଲ୍ୟ ମାଇତି, ଆଗାମି ଦିନରେ ଦୂର୍ଗାପୂଜା ବଞ୍ଚାଇ ରଖିବା ପାଇଁ ଲୋକ ସମାଜକୁ ବାର୍ତ୍ତା ଦେଇଛନ୍ତି, ଇଥି ପ୍ରତୀ ପ୍ରଶାସନ ଟିକେ ନଜର ଦେଲେ ଗୋପବନ୍ଧୁ ନଗର ଗ୍ରାମପଞ୍ଚାୟତ ଉପକୃତ ହେବେ ବୋଲି ଆମେ ଆଶା କରୁଛୁ,


 -ବାସୁଦେବପୁରୁ ଅକ୍ଷୟ କୁମାର ବେହେରା