ଭବାନୀପାଟଣା, ୦୫/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ଲାଲ ବାହାଦୁର ଷ୍ଟାଡିଅମରେ ଆଜି ନବନିର୍ମାଣ କୃଷକ ସଂଗଠନ, କଳାହାଣ୍ଡି ଶାଖା ପକ୍ଷରୁ ଏକ ଯୁବଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୁବକ ଓ ଛାତ୍ରମାନେ ଏଥିରେ ଯୋଗଦେଇ ସଂଗଠନକୁ ସୁଦୃଢ଼ କରିବା ସହ ଚାଷୀଙ୍କ ହକ୍ ଓ ଅଧିକାର ପାଇଁ ଆଗାମୀ ଦିନରେ ଲଢ଼େଇ କରିବାକୁ ଶପଥ ନେଇଛନ୍ତି। ଏହି ସଂଗଠନ ର ସଂଯୋଜକ ଶ୍ରୀ ଲିଙ୍ଗରାଜ ପ୍ରଧାନ, ସହ - ସଂଯୋଜକ ଶ୍ରୀ ହେରମ୍ବ ସେନାପତି, ଜିଲ୍ଲା ଯୁବ -ସଭାପତି ଶ୍ରୀ ହିତେଶ ନାଏକ, ଜିଲ୍ଲା ଛାତ୍ର ସଭାପତି ଶ୍ରୀ ଅଭିଜିତ ଶତପଥୀ ଓ ଜିଲ୍ଲା ସମ୍ପାଦକ ଶ୍ରୀ ମହମ୍ମଦ ଇୟାଜ, ଜିଲ୍ଲା ସ୍ତରୀୟ: ଜିଲ୍ଲା ଯୁବ ସମ୍ପାଦକ ଶ୍ରୀ ମହମ୍ମଦ ଆୟାଜ୍ (ଭବାନୀପାଟଣା) ଜିଲ୍ଲା ଯୁବ ଉପ-ସମ୍ପାଦକ ଶ୍ରୀ ଅନନ୍ତ ନାଏକ (ଥୁଆମୂଲ ରାମପୁର) ଜିଲ୍ଲା ଛାତ୍ର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ନାଏକ (ଥୁଆମୂଲ ରାମପୁର) ବ୍ଲକ ସ୍ତରୀୟ: ବ୍ଲକ ଯୁବ ସଭାପତି (ଜୁନାଗଡ଼) ଶ୍ରୀ ବିକାଶ ସରାଫ (ନକ୍ଟିଗୁଡ଼ା) ବ୍ଲକ ଛାତ୍ର ସଭାପତି (ଗୋଲାମୁଣ୍ଡା) ଶ୍ରୀ ଅମିତ କୁମାର ସରାଫ, ବ୍ଲକ ଉପ-ସଭାପତି (ଗୋଲାମୁଣ୍ଡା) ଶ୍ରୀ ମନୋଜ ଚୌଧୁରୀ ବ୍ଲକ ଛାତ୍ର ସଭାପତି (ଥୁଆମୂଲ ରାମପୁର)ଶ୍ରୀ ଯଦୁମଣି ନାଏକ ବ୍ଲକ ଛାତ୍ର ଉପ-ସଭାପତି (ଥୁଆମୂଲ ରାମପୁର) ଶ୍ରୀ ମାନସ ନାଏକ ବ୍ଲକ ସମ୍ପାଦକ (ଥୁଆମୂଲ ରାମପୁର)ଶ୍ରୀ ମୁଲ୍ଲିନ୍ / ବିକାଶ ନାଏକ ବ୍ଲକ ଯୁଗ୍ମ ସମ୍ପାଦକ (ଥୁଆମୂଲ ରାମପୁର) ଶ୍ରୀ ଆଦର୍ଶ ମୁଣ୍ଡ ପ୍ରମୁଖ ଉପସ୍ଥିତ ରହିଥିଲେ l ଏଥିରେ ସଂଘର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ସୁମନ ରଥ ଉପସ୍ଥିତ ରହି ଯୁବକ ମାନଙ୍କୁ ଦେଶ ହିତରେ କାମ କରିବାକୁ ପ୍ରେରଣା ଦେଇଥିଲେ l ଆଜିର ଏହି ବୈଠକରେ ଜୁନାଗଡ଼, ଗୋଲାମୁଣ୍ଡା, ଭବାନୀପାଟଣା ଓ ଥୁଆମୂଳ ରାମପୁର ରୁ ଅନେକ ଯୁବକମାନେ ଦାୟିତ୍ତ୍ୱ ନେଇ ଆଗାମୀ ଦିନରେ ସଂଘକୁ ସୁଦୃଢ କରି ଚାଷୀଙ୍କର ହକ ଅଧିକାର ପାଇଁ ଲଢେଇ କରିବାକୁ ଶପଥ ନେଇଥିଲେ l ଦେଶ ହିତରେ କାମ କରିବା ସହ ଚାଷୀଙ୍କ ସମସ୍ୟା ଓ ଅଧିକାର ପାଇଁ ସଂଗଠିତ ଭାବେ ଲଢ଼େଇ କରିବାକୁ ପ୍ରେରଣା ଦେଇଥିଲେ। ବୈଠକରେ ନୂତନ ଦାୟିତ୍ୱ ନେଇଥିବା ଯୁବ ଓ ଛାତ୍ର ପଦାଧିକାରୀମାନେ ଆଗାମୀ ଦିନରେ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ଚାଷୀଙ୍କ ହକ୍ ଓ ଅଧିକାର ପାଇଁ ନିରନ୍ତର ଲଢ଼େଇ କରିବାକୁ ଶପଥ ନେଇଥିଲେ।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
