ଝରିଗାଁ, ୦୫/୧୦ (ନକୁଳ ଭତରା.) : ଝରିଗାଁ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉମରକୋଟ ବ୍ଲକ ବଡ଼କୁମାରୀ ପଞ୍ଚାୟତର ଜାନିଗୁଡ଼ା ଗ୍ରାମର ବାବୁଲା ହରିଜନ ସଡ଼କ ଦୁର୍ଘଟଣାରେ ଗୋଡ଼ ହରାଇ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଚିକିତ୍ସା ଖର୍ଚ୍ଚ ଯୋଗାଡ଼କୁ ନେଇ ପରିବାର ଆର୍ଥିକ ସମସ୍ୟାରେ ପଡ଼ିଥିବା ବେଳେ ଝରିଗାଁ ବିଧାୟକ ନରସିଂହ ଭତରା ସହାୟତାର ହାତ ବଢ଼ାଇଛନ୍ତି। ବାବୁଲାଙ୍କ ଭାଇ ଓ କିଛି ଗ୍ରାମବାସୀ ବିଧାୟକଙ୍କ ବାସଭବନରେ ସାକ୍ଷାତ କରି ତାଙ୍କ ଚିକିତ୍ସା ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ବିଧାୟକ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ସହ ବାବୁଲା ଓ ତାଙ୍କ ପରିବାର ପାଇଁ ଖାଦ୍ୟ, ରହିବା ଓ ଆବାସ ସମ୍ପର୍କିତ ଆବଶ୍ୟକ ସୁବିଧା ଯୋଗାଇଦେଇଥିବା ଜଣାପଡ଼ିଛି। ବିଧାୟକଙ୍କ ଏହି ସହଯୋଗ ପାଇଁ ବାବୁଲାଙ୍କ ପରିବାର ଓ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି। ବାବୁଲା ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ବିଧାୟକ ନରସିଂହ ଭତରାଙ୍କ ସମେତ ପବିତ୍ର ଗରଡ଼ା, ବାଦଲ ଜୋରଦାର, କୁମ ଭତରା, ନରେନ୍ଦ୍ର ହରିଜନ ଓ ମହେନ୍ଦ୍ର ବାଘ ପ୍ରାର୍ଥନା କରିଛନ୍ତି।