ରାୟଗଡ଼ାରେ ବିଜେପି ମହିଳା ମୋର୍ଚ୍ଚାର କଂଗ୍ରେସ ଭବନ ଘେରାଉ
ରାୟଗଡ଼ା, ୧୨/୧୦ ( ଭି. ଗୌରୀ ଶଙ୍କର ରାଓ ) : ରୟଗଡ଼ା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଂଗ୍ରେସ ଭବନ ଘେରାଉ। ମଣିପୁର ଘଟଣାକୁ ନେଇ କଂଗ୍ରେସ ସାଂସଦ ଅଙ୍ଗୋମଚା ବିମୋଲ ଆକୋଇଜାମଙ୍କ ବିରୋଧରେ ଅଭିଯୋଗ ଉଠାଇ ଦଳର ନେତୃତ୍ୱକୁ ଟାର୍ଗେଟ୍ କଲା ବିଜେପି ମହିଳା ମୋର୍ଚ୍ଚା। ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ନ୍ୟାୟ ଦାବି କରିଛନ୍ତି ଆନ୍ଦୋଳନକାରୀ। ଏହି ଘଟଣାରେ କଂଗ୍ରେସ ନେତୃତ୍ୱର ନିରବତାକୁ ନେଇ ପ୍ରଶ୍ନ ଉଠାଇବା ସହ ସମ୍ପୃକ୍ତ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମହିଳା ମୋର୍ଚ୍ଚା।