Hot Posts

6/recent/ticker-posts

ଅକ୍ଟୋବର ୮ ଓଡ଼ିଶା ବନ୍ଦକୁ ନେଇ ବିରୋଧୀ ଦଳଙ୍କ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, ୦୩/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : MMDR ଆଇନର ସଂଶୋଧନ, SIR ପ୍ରକ୍ରିୟା, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ବନ୍ୟା ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ କରି ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ଏନେଇ କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି, ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ MMDR ସଂଶୋଧିତ ଆଇନ ପ୍ରତ୍ୟାହାର ଦାବି କରାଯାଇଥିଲା। ଏହି ଆଇନ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ଅଧିକାର ପ୍ରଭାବିତ ହେବ ବୋଲି ନେତାମାନେ ଅଭିଯୋଗ କରିଥିଲେ। ସେହିପରି SIR ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ ଭୋଟର ତାଲିକା ପ୍ରସ୍ତୁତିରେ ସ୍ୱଚ୍ଛତା ଓ ନିରପେକ୍ଷତା ଦାବି କରାଯାଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ତ୍ରୁଟି, ଶିକ୍ଷକ ଅଭାବ ଓ ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଥିଲେ। ଏଥିସହ ଚଳିତ ବର୍ଷର ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ, କୃଷି କ୍ଷୟକ୍ଷତିର ଭରଣା ଓ କୃଷି ଋଣ ଛାଡ଼ ଭଳି ଦାବି ଉଠାଇଥିଲେ। ଉପରୋକ୍ତ ଦାବିଗୁଡ଼ିକୁ ନେଇ ଅକ୍ଟୋବର ୮ ତାରିଖର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ଜିଲ୍ଲା ସଭାପତି ଜଳନ୍ଧର ନାଏକ, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବରିଷ୍ଠ କଂଗ୍ରେସ ନେତା ଧନୁର୍ଦ୍ଧର ଗହୀର,  ଶ୍ରୀବତ୍ସ ପ୍ରଧାନ, ଇନ୍ଦ୍ରଜିତ ମହାକୁଡ଼, ସିଦ୍ଧାର୍ଥ ନାଏକ, ସୁକାନ୍ତି ସରାଫ, ସନ୍ତୋଷ ପ୍ରଧାନ, ଲିଙ୍ଗରାଜ ନାଏକ, କମ୍ୟୁନିଷ୍ଟ ରୁ ପୂର୍ଣଚନ୍ଦ୍ର ପ୍ରଧାନ, ସିପିଆଇଏମ ରୁ ସଞ୍ଜୟ ସୁନାନୀ, କଳାହାଣ୍ଡି ଜିଲ୍ଲା ସମାଜବାଦୀ ପାର୍ଟି ସଭାପତି ଜଗଦିଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।



କଳାହାଣ୍ଡି ଭବାନୀପାଟଣା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ