Hot Posts

6/recent/ticker-posts

MMDR ସଂଶୋଧିତ ଅଧିନିୟମ ରଦ୍ଦ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାୟଗଡ଼ାରେ କଂଗ୍ରେସର ବିଶାଳ ବିକ୍ଷୋଭ

ରାୟଗଡ଼ା, ୨୧/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଏମ୍.ଏମ୍.ଡି.ଆର୍. (MMDR) ସଂଶୋଧିତ ଅଧିନିୟମକୁ ତୁରନ୍ତ ରଦ୍ଦ କରିବା ଏବଂ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଏକ ବିଶାଳ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟିର ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶହ ଶହ ଦଳୀୟ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ଖଣି ଆଇନ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଅଧିକାର କ୍ଷୁଣ୍ଣ ହେବା ସହ ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାସହ ଶିକ୍ଷା ବିଭାଗର ବିଭିନ୍ନ ଅବ୍ୟବସ୍ଥା ଏବଂ ମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେବାକୁ କଂଗ୍ରେସ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ​ଏହି ଅବସରରେ ଏକ ବିକ୍ଷୋଭ ଶୋଭାଯତ୍ରା ସହରର ପ୍ରମୁଖ ପଥ ଦେଇ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ରାଜ୍ୟପାଳଙ୍କ ପ୍ରତି ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଚେତାବନୀ ଦିଆଯାଇଛି ଯେ, ଯଦି ଆଗାମୀ ଦିନରେ ଏହି ଦାବିଗୁଡ଼ିକ ପୂରଣ ନହୁଏ, ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ