ଜୟପୁର ପୌରପାଳିକା ପକ୍ଷରୁ ଶ୍ରୀ ଜଗନ୍ନାଥ ଦର୍ଶନର ପ୍ରଥମ ପର୍ଯ୍ୟାୟ
ଜୟପୁର, ୨୦/୦୯ ( ଏ. ଭେଙ୍କଟ ରାଓ ) : ଜୟପୁର ପୌରପାଳିକା ପକ୍ଷରୁ ପେନସନଭୋଗୀ, ବୃଦ୍ଧ ବୃଦ୍ଧା ଓ ବିଧବା ମହିଳାଙ୍କ ପାଇଁ ଶ୍ରୀ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜୟପୁର ପୌରପାଳିକା ଅଧକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗଦେଇ ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପେନସନଭୋଗୀ, ବୃଦ୍ଧ ବୃଦ୍ଧା ଓ ବିଧବା ମହିଳାମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଆଧ୍ୟାତ୍ମିକ ଅନୁଭୂତି ଲାଭ କରିଥିଲେ। ପୌରପାଳିକା ପକ୍ଷରୁ ଏଭଳି ଧାର୍ମିକ ଓ ସାମାଜିକ ପଦକ୍ଷେପ ନିଆଯାଇଥିବାରୁ ହିତାଧିକାରୀମାନଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।