Hot Posts

6/recent/ticker-posts

ବିଶ୍ୱନାଥପୁର ମଣ୍ଡଳ ବିଜେପି ପରିବାର ପକ୍ଷରୁ ସେବା ସଂକଳ୍ପ ଅଭିଯାନ ର ଶୁଭାରମ୍ଭ

କଳାହାଣ୍ଡି, ୧୮/୦୯ ( ଶେଖର ସୁମନ ଦାଶ ) : ପବିତ୍ର ବିଶ୍ୱକର୍ମା ପୂଜା ତଥା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଜୟନ୍ତୀ ଅବସରରେ ବିଜେପି ବିଶ୍ୱନାଥପୁର ମଣ୍ଡଳ ତରଫରୁ ବ୍ୟାପକ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ଆଜି ବିଶ୍ୱନାଥପୁରସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରଦ୍ଧାପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।ଏହି ସେବା ସଂକଳ୍ପ ଅଭିଯାନ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଅନୁଷ୍ଠିତ ହେବ। ଏହି ଅବସରରେ ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ସହ ପ୍ରଭାରୀ ସୁବାଷ ଅଗ୍ରୱାଲ, ବରିଷ୍ଟ କାର୍ଯ୍ୟକର୍ତା ହରିଶଙ୍କର ପାତ୍ର, ଲାଞ୍ଜିଗଡ ବି. ଡି. ଓ ଶଶାଙ୍କ ପାତ୍ର ସି. ଡି. ପି. ଓ ମେଡମ ଓ ମିଶନ ଶକ୍ତି ର ମହିଳା ମାନେ ବହୁ ମାତ୍ରା ରେ ଯୋଗ ଦେଇ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଙ୍କ ଦୀର୍ଘାୟୁ କାମନା କରି ଦ୍ୱିପ ପ୍ରଜ୍ବଳନ କରିଥିଲେ । ଏବଂ ଆଗାମୀ ଦିନରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ରେ ବିଭିନ୍ନ ଗାଁ ଠୁ ସହର ଯାଏଁ ପ୍ରତ୍ୟେକ ସ୍ଥାନରେ ବୃକ୍ଷ ରୋପଣ ରକ୍ତ ଦାନ ଶିବିର ପରି ମହାନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ନେଇ ମଣ୍ଡଳ ସଭାପତି ତୁଳସୀ ମାଝୀ ପ୍ରତିଶୃତି ଦେଇଥିଲେ । 




କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।