Hot Posts

6/recent/ticker-posts

ଡ୍ରେନେଜ ବିଭାଗର ଅବହେଳା ଓ ଠିକାଦାର ଙ୍କ ମନ ଇଚ୍ଛା କାର୍ଯ୍ୟ ପାଇଁ ଶହ ଶହ ହେକ୍ଟର ଧାନ ବିଲ ରେ ଜମି ରହୁଚି ପାଣି l

ବାଲେଶ୍ଵର, ୦୪/୦୯ ( ପ୍ରଭାକର ମଲ୍ଲିକ ) : ସୁବର୍ଣ୍ଣରେଖା ରେ ଆସିଥିବା ଲଗାତାର ତିନିଥର ବନ୍ୟା ରେ ଚାଷୀକୁଳ ବାରମ୍ବାର କ୍ଷତି ସହୁଛନ୍ତି l ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତ ଉତ୍ତର ପାଣ୍ଠ ଗ୍ରାମ ସୁନାରୂଇ, ସଇନଡ଼ିହା, କାଳଶିମିଳି, କାଳନ୍ଦା, ଇତାପତୁଆ ସହିତ ବାଲିକୁଟୀ ପଞ୍ଚାୟତ ଛଡା, ବାଇଟିଗିରି ଏବଂ ଦକ୍ଷିଣ ପାଣ୍ଠ ବଳରାମପୁର, ବେତନା, କାହ୍ନୁପାଣ୍ଠ, ବାଲିଚତରା, ବାଲିକୁଟି, ମହାବଳା ଆଦି ଗ୍ରାମରେ ବର୍ଷା ସମୟର ଥିବା ପାଣି ସହିତ ବନ୍ୟା ପାଣି ଆସୁଥିବାରୁ ଚାଷ ଜମି ଉପରେ ପାଞ୍ଚ ଫୁଟ ର ପାଣି ଜମି ରହିଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି l ବାରମ୍ବାର ଅଭିଯୋଗ ପରେ ଇଟାପଟୁଆ ଗ୍ରାମରେ ଡ୍ରେନେଜ ବିଭାଗ ତରଫରୁ ଏକ କଲଭାଟ ପାଇଁ ନିର୍ଦେଶ ହୋଇଥିଲା କିନ୍ତୁ ପାଞ୍ଚ ମାସ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଠିକାଦାର ର ମନଇଛା କାର୍ଯ୍ୟ, କାର୍ଯ୍ୟ ବିଳମ୍ବ ପାଇଁ ସହ ସହ ହେକ୍ଟର ଚାଷ ଜମିରେ ପାଣି ଢେଉ ମାରୁଛି l ଦକ୍ଷିଣ ପାଣ୍ଠ ରେ ବର୍ଷା ପାଣି ଜମି ରହିଥିବା ବେଳେ ବନ୍ୟା ପାଣି, କୋଷ୍ଟ କେନାରେ ପାଣି ନିଷ୍କାସନ ର ବ୍ୟବସ୍ଥା ନଥିବାରୁ ତଳି ରୁଆ ହୋଇଥିବା ଜମି ରେ ପଚୁଛି ଧାନ ଗଛ l କରଜ କରି ଚାଷ କରିଥିବା ଚାଷୀ ଏବେ କରିବେ କଣ ମୁଣ୍ଡରେ ହାତ ଦେଇ ବସିଛନ୍ତି l ବଳରାମପୁର ପଞ୍ଚାୟତ କୁ ମରୁଡି ଘୁଷଣା ପାଇଁ ବଳରାମପୁର ସରପଞ୍ଚ ଅରୁଣ କୁମାର ପାଣିଗ୍ରାହୀ,ଚୈତନ୍ୟ ଜେନା, ପ୍ରଦୀପ ପାତ୍ର,ମଧୁସୂଦନ ଦଳାଇ,ପ୍ରଫୁଲ୍ଲ ପାତ୍ର, ସୁଶାନ୍ତ ପାତ୍ର,ନିତ୍ୟଗୋପାଳ ପରିଡା,ପର୍ଶୁରାମ ଦତ୍ତ, ହରିପଦ ଦାସ,ଭାସ୍କର ଦାସ, ମାନସ ଦତ୍ତ, ରଘୁନାଥ ମାଝୀ, ନୀଳକଣ୍ଠ ସାହୁ, ରବୀନ୍ଦ୍ର ସାହୁ, ସୁବ୍ରତ ଜେନା, କରୁଣାକର ମାଝୀ, କୁଶ ବାରିକ, ବାବୁ ସାହୁ, ମାନସ ପରିଡା ଆଦି ସରକାର ଙ୍କ ଠାରେ ଦାବି କରିବା ସହିତ ତୁରନ୍ତ ଡ୍ରେନେଜ କାର୍ଯ୍ୟ ସମାପ୍ତ କରନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ସରପଞ୍ଚ ଙ୍କୁ ଚେତାବନୀ ଦେଇଛନ୍ତି l 


ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l