ପୋଲରୁ ଖସି ପଡ଼ିଲା କାର, ଗ୍ରାମବାସୀଙ୍କ ଦ୍ବାରା ୬ ଜଣ ଉଦ୍ଧାର
ବରୀ, ୦୪/୦୯ ( ରଂଜିତ ମହାନ୍ତି ) : ଆଜି ବରୀ ମାଉଣ୍ଡରୁ ଚମ୍ପିତିରା ଯାଉଥିବା ଏକ କାର ରମ୍ପା ପୋଲ ଉପରୁ ଭାରସାମ୍ୟ ହରାଇ ପୋଲ ତଳ ନଦୀ ପାଣିରେ ଖସି ପଡ଼ିଥିଲା । ଏହି ସମୟରେ କାରରେ ୬ ଜଣ ଯାତ୍ରୀ ଥିଲା ବେଳେ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଛନ୍ତି । ନଦୀରେ ବନ୍ୟା ଜଳ କମ ଥିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହେବା ସମ୍ଭବ ହୋଇଛି ।