Hot Posts

6/recent/ticker-posts

ବସ୍ତା ବ୍ଲକ ପାର୍ଶ୍ଵରେ ଥିବା ସରକାରୀ କଲ୍ୟାଣ ମଣ୍ଡପ ପାଞ୍ଚ ବର୍ଷ ହେଲା ସରୁନି ନିର୍ମାଣ କାର୍ଯ୍ୟ:ସାଜିଲାଣି ଭୂତ କୋଠି l

ବାଲେଶ୍ଵର, ୧୯/୦୯ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲା ବସ୍ତା ବ୍ଲକ କଡ଼ରେ ଏକ ସରକାରୀ କଲ୍ୟାଣ ମଣ୍ଡପ ଆଜକୁ ପାଞ୍ଚ ବର୍ଷ ହେଲା ନିର୍ମାଣ ଆରମ୍ଭ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ତାହା ପୂର୍ଣାଙ୍ଗ ନ ହୋଇ ଭୂତ କୋଠିରେ ପରିଣତ ହେଲାଣି। ସୂଚନା ଅନୁଯାୟୀ ଗତ ପାଞ୍ଚ ବର୍ଷ ତଳେ ଏହି ବ୍ଲକର ମହାକୁମା ପଞ୍ଚାୟତ ପତ୍ରଝଡାର ତତ୍କାଳୀନ ସରପଞ୍ଚ ଉକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।ସେ ସମୟର ସରକାର ପ୍ରତି ପଞ୍ଚାୟତରେ ଗୋଟିଏ କଲ୍ୟାଣ ମଣ୍ଡପ ପାଇଁ ୩୫ ଲକ୍ଷ ଟଙ୍କା ମଂଜୁର କରିଥିଲେ। ଏଥି ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ।ସେହି ଅର୍ଥରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅବଶିଷ୍ଟ ୨୫ ଲକ୍ଷ ଟଙ୍କା ଦେବେ ଦେବେ କହି ଆଉ ଦେଲେ ନାହିଁ। ଫଳରେ ସେହି ୧୦ ଲକ୍ଷ ଟଙ୍କାର କାମ ହୋଇ ପ୍ରକଳ୍ପଟି ଅପୂର୍ଣାଙ୍ଗ ଅବସ୍ଥାରେ ରହିଛି। ପ୍ରକଳ୍ପର ଚାରି ପାର୍ଶ୍ୱରେ ଅନାବନା ଗଛ, ଲତା ହୋଇ ଅଦରକାରୀ ଓ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି।ପାଞ୍ଚ ବର୍ଷ ପରେ ନିର୍ବାଚନ ହୋଇ ନୂତନ ପଞ୍ଚାୟତ ପ୍ରତିନିଧି ନିର୍ବାଚିତ ହେବା ପରେ ପୁଣି ନିର୍ବାଚନ ଆସନ୍ନ। ଅନ୍ୟ ପକ୍ଷରେ ଦୁଇ ବର୍ଷରୁ ଊର୍ଧ୍ୱ କାଳ ସରକାର ବଦଳି ଗଲାଣି।ନେତା, ମନ୍ତ୍ରୀ ପଞ୍ଚାୟତ ସମିତି ଆସୁଛନ୍ତି ମାତ୍ର ବ୍ଲକ ପାର୍ଶ୍ୱରେ ଏହି ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ କେହି ନଜର ଦେଉ ନ ଥିବା କ୍ଷୋଭର ବିଷୟ ହୋଇଛି।ଏ ସମ୍ପର୍କରେ ବିଡ଼ିଓ ମିହିର ରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ଅବଶିଷ୍ଟ ଅର୍ଥ ଆସିବାର ଅଛି, ଆସିଲେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।



ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l