Hot Posts

6/recent/ticker-posts

ଭେଲୋରାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ l

ବାଲେଶ୍ଵର, ୧୯/୦୯ ( ପ୍ରଭାକର ମଲ୍ଲିକ ) : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୨ ତମ ପ୍ରତିଷ୍ଠା ଦିବସ ବସ୍ତା ବ୍ଲକର ଭେଲୋରା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷା ମଞ୍ଜୁଷା ମିଶ୍ର ଆଜିର ବାର୍ଷିକ ଉତ୍ସବ ତଥା ପୁରସ୍କାର ବିତରଣୀ ସଭା ରେ ସଭାପତିତ୍ବ କରି ବିଦ୍ୟାଳୟର ନାନାଦି ପ୍ରତିକୂଳ ପରିସ୍ଥିତି ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଅଧ୍ୟୟନ ସହ ଅନ୍ୟାନ୍ୟ କାର୍ଯ୍ୟରେ ସଫଳ ହେଉଥିବା ପ୍ରକାଶ କରିଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ବସ୍ତା ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଦୁର୍ଗାରାଣୀ ଜେନା, ସମ୍ମାନିତ ଅତିଥି ଭାବେ ଭେଲୋରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରାଫୋଟଜେନ୍ଦ୍ର କୁମାର ଦତ୍ତ ଓ ପିଟିଏ ସଭାପତି ଅଞ୍ଜନ କୁମାର ଦାସ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ତମ ବ୍ୟବହାର ଓ ଚରିତ୍ର ଗଠନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ ସହ ୨୨ ଟି ବିଭାଗ ରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସଙ୍ଗୀତ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ କର ସ୍ବାଗତ ସଙ୍ଗୀତ ପରିବେଷଣ, ଶିକ୍ଷକ ଛତିଶ ଚନ୍ଦ୍ର ଧଳ ଓ ଚନ୍ଦନେଶ୍ଵର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ କର୍ମୁ ଟୁଡୁ,ଅଞ୍ଜନ କୁମାର ଜେନା, ରାମାନନ୍ଦ ରାମ, ଶିକ୍ଷୟିତ୍ରୀ ମଧୁସ୍ମିତା ବିଶ୍ଵାଳ, ସ୍ଵାତୀରାଣୀ ପ୍ରଧାନ, ସ୍ନେହଲତା ବେହେରା, କାହ୍ନୁଚରଣ ଜେନା ଓ ଦୀପକ କୁମାର ଗିରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ ଶିକ୍ଷକ ମାନସ କୁମାର ଖଟୁଆ ଧନ୍ୟବାଦ୍ ଅର୍ପଣ କରିଥିଲେ।




ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l