ବାଲେଶ୍ଵର , ୦୧/୦୯ ( ପ୍ରଭାକର ମଲ୍ଲିକ ) : ବନ୍ଧୁକ ମୁନରେ ଲୁଟ କରୁଥିବା ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ବସ୍ତା ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ,୪ ଟି ମୋବାଇଲ, ଦୁଇଟି ବାଇକ ସମେତ ଗୋଟିଏ ଅଫୁଟା ଗୂଳି ଜବଦ କରିଛି ପୋଲିସ, ଗିରଫ ୫ ଜଣଙ୍କ ମଧ୍ଯରୁ ଜଣେ ନାବାଳକ ଥିବା ନେଇ ବସ୍ତା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ ସମର୍ଥ ବେହେରା,ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନଳବାହାର ଛକ ନିକଟରେ ଗତକାଲି ରାତି ୮ ଟାରେ ତିନି ଜଣ ଦୁର୍ବୁର୍ତ୍ତ ଏକ ବାଇକରେ ଆସି ବନ୍ଧୁକ ଦେଖାଇ ଜନୈକ ଅନଲାଇ ନ ଡେଲିଭରୀ କର୍ମଚାରୀକୁ ଅଟକାଇ ଲୁଟ କରୁଥିବା ବେଳେ ସ୍ଥାନୀୟ ଲୋକେ କାବୁ କରି ବସ୍ତା ପୋଲିସକୁ ଖବର ଦେଇ ଥିଲେ, ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଏହି ଗ୍ୟାଙ୍ଗ ରେ ସାମିଲ ଥିବା ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା ,ସେମାନଙ୍କ ନିକଟରୁ ଏକ ଚୋରି ହୋଇଥିବା ବୁଲେଟ ବାଇକ ଉଦ୍ଧାର ସହ ବନ୍ଧୁକ, ଅଫୁଟା ଗୁଳି ଓ 4 ଟି ମୋବାଇଲ ଫୋନ୍ ଜବତ କରିଛି ପୋଲିସ, ତେବେ ଗତ ଜୂଲାଇ 3 ତାରିଖ ରେ ଦରଡା ପେଟ୍ରୋଲ ପମ୍ପରେ ଏହି ଗ୍ୟାଙ୍ଗ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପ କର୍ମଚାରୀ କୁ ଭୟଭୀତ କରି ଲୁଟ ଉଦ୍ଯମ କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଓ।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
