ଓଡିଶା ହାଇ କୋର୍ଟ ନିର୍ଦେଶ କ୍ରମେ ଆଜି *ନିୟମ ଗିରୀ ସୁରକ୍ଷା ସମିତି ମଞ୍ଚର ସଭାପତି ଲଦ ଶିକକା* ଆଜି ଆତ୍ମା ସମର୍ପଣ କଲେ I
କଳାହାଣ୍ଡି,୧୦/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକର ଲାଞ୍ଜିଗଡରେ ଥିବା ଜେ.ଏମ.ଏଫ.ସି କୋର୍ଟରେ ଓଡିଶା ହାଇ କୋର୍ଟ ର ନିର୍ଦେଶ ଅନୁସାରେ ଆଜି *ନିୟମ ଗିରୀ ସୁରକ୍ଷା ସମିତି ମଞ୍ଚର ସଭାପତି ଲଦ ଶିକକା* ଦିନ ୧୧ ଘଣ୍ଟା ୪୫ ମିନିଟ ସମୟରେ ଆସି କୋର୍ଟ ପରିସରରେ ପହଞ୍ଚିଥିଲେ I ଲଦ ଶିକକା ୫୦ ବର୍ଷୀୟ ପିତା ଶିବ ଶିକକା ତାଙ୍କ ନିଜ ଘର ହେଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ତ୍ରିଲୋଚନ ପୁର ପଞ୍ଚାୟତ ଅଧିନସ୍ଥ ଲାଖ ପଦର ଗ୍ରାମରେ ତାଙ୍କରି ଘର, ତାଙ୍କରି ନାମରେ ଦୁଇଟି କେଶ ହୋଇଥିଲା ପ୍ରଥମଟି ୩୪୯/୨୦୧୭ ଓ ଦ୍ୱତୀୟଟି ୧୬୪/ଏସ.ଟି ୨୦୧୯ ରେ ତାଙ୍କରି ନାମରେ ପୂର୍ବରୁ କେଶ ହୋଇଥିଲା ତାଙ୍କୁ ନୋଟିସ ସତ୍ବେ ମଧ୍ୟ ସେ କୋର୍ଟ ନୋଟିସ କୁ ଅବମାନନା କରି କୋର୍ଟ କୁ ଯାଇନଥିଲେ, ତାପରେ ସେ ଏକ ପିଟିସନ ନେଇ ଓକିଲ ନରେନ୍ଦ୍ର ମହାନ୍ତି ଙ୍କୁ ଧରି ହାଇ କୋର୍ଟରେ କେଶ ଡାଏର କରିଥିଲେ I ପରେ ହାଇ କୋର୍ଟ ସେଇ ପିଟିସନ କୁ ନେଇ ଏକ ଶୁଣାଣି କରିଥିଲେ ଯେ ଲାଞ୍ଜିଗଡ ଜେ.ଏମ.ଏଫ.ସି କୋର୍ଟରେ ତିନି ସପ୍ତାହ ମଧ୍ୟରେ ଆତ୍ମ ସମର୍ପଣ କରିବାପାଇଁ ସେହି କୋର୍ଟ ନୋଟିସରେ ପ୍ରାଞ୍ଜଳ ଭାବରେ ଲେଖା ଅଛିଯେ କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ତୁରନ୍ତ ଲାଞ୍ଜିଗଡ ଜେ.ଏମ.ଏଫ.ସି କୋର୍ଟ ତାଙ୍କୁ ଜାମିନ ଦେବା ପାଇଁ ଲାଞ୍ଜିଗଡ କୋର୍ଟକୁ ଓଡିଶା ହାଇ କୋର୍ଟ ନିର୍ଦେଶ ଦେଇଛନ୍ତି I ଲଦ ଶିକକାଙ୍କ ଚଳିତ ମାସ ୧୩/୦୯/୨୬ ତାରିଖ ଶେଷ ପୂର୍ବରୁ କୋର୍ଟରେ ଆତ୍ମ ସମର୍ପଣ କରିବା ପାଇଁ ନୋଟିସରେ ପ୍ରାଞ୍ଜଳ ଭାବରେ ଲେଖା ଅଛି,ତେଣୁକରି ସେ,ଆଜି ଲାଞ୍ଜିଗଡ କୋର୍ଟରେ ଅପରାହ୍ଣ ୩ ଘଣ୍ଟା ୩୫ ମିନିଟ ସମୟରେ ସେ ଆତ୍ମ ସମର୍ପଣ କଲେ, ଓ ପରେ ଲାଞ୍ଜିଗଡ ଜେ.ଏମ.ଏଫ.ସି ପ୍ରଥମ ଶ୍ରେଣୀ କୋର୍ଟ ବିଚାରପତି ଦୁଇଟି କେଶରେ କୋଡିଏ ହଜାର- କୋଡିଏ ହଜାର ଟଙ୍କାରେ ଦୁଇ ଜଣଙ୍କ ପଟା ଜାମିନ ଦIରରେ ତାଙ୍କୁ ଜାମିନ ଦିଆଯାଇଥିଲା I ଲଦ ଶିକକା ଲାଞ୍ଜିଗଡ ଜେ.ଏମ.ଏଫ.ସି କୋର୍ଟ ପରିଶର ମଧ୍ୟରୁ ଅପରାହ୍ନ ୦୪ ଘଣ୍ଟା ସମୟରେ ବାହାରି ନିଜ ଗ୍ରାମ ଲାଖ ପଦରକୁ ନିଜ ଓକିଲ ନରେନ୍ଦ୍ର ମହାନ୍ତିଙ୍କ ସାଥିରେ ଗୋଟେ ବୁଲେରୋ ଗାଡି ଯୋଗେ ଯାଉଥିବା ସମୟରେ କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲା ବୋଡ଼ରରେ ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ପୋଲିସ ସଦଳବଳେ ଛପି ରହିଥିଲେ ସେଠାରୁ ଲଦ ଶିକକା ଙ୍କୁ ଅପରାହ୍ନ ୦୪ ଘଣ୍ଟା ୪୫ ମିନିଟ ସମୟରେ ଗିରଫ କରି ଥାନା ଗାଡ଼ିରେ ବସାଇ କଲ୍ୟାଣସିଂପୁର ଥାନାକୁ ନେଇ ଯାଇଥିଲେ I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ