୨୭ତମ ଭାରତ ପ୍ରତିଭା ସମ୍ମାନ ଏବଂ ଭାରତ ମସଲାର ପ୍ରତିଷ୍ଠା ଦିବସ-୨୦୨୬
କଟକ, ୧୦/୦୯ ( କାହୁଁ ଚରଣ ବାରିକ ) : କଟକ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଭାରତ ମସଲା ପକ୍ଷରୁ ପୂଜ୍ୟପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖ୍ ୨୭ତମ ଭାରତ ପ୍ରତିଭା ସମ୍ମାନ ଓ ଭାରତ ମସଲାର ପ୍ରତିଷ୍ଠା ଦିବସ ସେପ୍ଟେମ୍ବର ୧୪ ତାରିଖ ପବିତ୍ର ଗଣେଶ ପୂଜା ଅବସରରେ ସ୍ଥାନୀୟ ସହିଦ ଭବନ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରି ଦେଶବିଦେଶରେ ସୁନାମ ଅର୍ଜନ କରିଥିବା ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ଵ ମାନଙ୍କୁ ସମ୍ମାନିତ କରାଯିବା ସହ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି ଜୟ ଭାରତ ଫାଉଣ୍ଡେସନ୍ର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ପ୍ରକାଶ କରିଛନ୍ତି । ସେହିପରି ଜୟ ଭାରତ ଫାଉଣ୍ଡେସନ୍କୁ ସହଯୋଗ କରି ଆସୁଥିବା ଭାରତ ମସଲା କଂପାନୀ ପକ୍ଷରୁ ନୂତନ ଭାବରେ ଶିଳ୍ପ କ୍ଷେତ୍ରରେ ରାଜ୍ୟର ନାମକୁ ଶୀର୍ଷରେ ପହଂଚାଇଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କୁ ‘ ଉଦ୍ୟୋଗ ଭାରତ’ ସମ୍ମାନ ପ୍ରଦାନ କରାଯିବ ବୋଲି ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ୧୯୯୯ ମସିହାରୁ ଜନ୍ମ ନେଇଥିବା ଭାରତ ମସଲା ଆଜି ତାର ମାନ, ପରିମାଣ, ଗୁଣବତ୍ତା ପାଇଁ ସାରା ବିଶ୍ଵରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କେବଳ ବ୍ୟବସାୟୀକ କ୍ଷେତ୍ରରେ ନୁହେଁ ରାଜ୍ୟରେ ଘଟୁଥିବା ବିଭିନ୍ନ ଦୈବଦୁର୍ବିପାକ ସମୟରେ ସାମାଜିକ ଦାୟିତ୍ବବୋଧତାକୁ ମଧ୍ୟ ସୂଚାରୁ ରୂପେ ତୁଲାଇ ଆସୁଛି । ଗତ ତିନିବର୍ଷ ଧରି ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଜୟ ଭାରତ ଫାଉଣ୍ଡେସନ୍ ପକ୍ଷରୁ ସଂପାଦିକା ନନ୍ଦିତା ପଣ୍ଡାଙ୍କ ପ୍ରଚେଷ୍ଟାରେ ବାର୍ଷିକ ସାହିତ୍ୟ ପତ୍ରିକା ‘ସମ୍ଭବାମି ଭାରତ’ ପ୍ରକାଶ କରିବାର ପ୍ରୟାସ ଜାରି ରଖୁଛି । ଏହି ଅବସରରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କି, କିମ୍ସ, କିସ୍ର ପ୍ରତିଷ୍ଠାତା ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ‘ଭାରତ ଗୌରବ ସମ୍ମାନ’, ଭାରତୀୟ ନୌ-ସେନାର ଭାଇସ୍ ଆଡ୍ମିରାଲ୍ କ୍ୟାପ୍ଟେନ୍ର ମାକାନ୍ତ ପଟ୍ଟନାୟକଙ୍କୁ ‘ସେବା ଭାରତ ସମ୍ମାନ’, ସମାଜବିଜ୍ଞାନୀ, ଭାଷା ତତ୍ତ୍ବବିତ୍ ଓ ସାରସ୍ଵତ ସାଧକ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ‘କଥା ଭାରତ ସମ୍ମାନ’, ଓଡ଼ିଆ ସଂଗୀତ ଜଗତର ସୁନାମଧନ୍ୟା କଣ୍ଠଶିଳ୍ପୀ ତୃପ୍ତି ଦାଶଙ୍କୁ ‘ସଂସ୍କୃତି ଭାରତ ସମ୍ମାନ’କ୍ରୀଡା କ୍ଷେତ୍ରରେ ସଫଳ କ୍ରିକେଟିୟର ରାଜେଶ କୁମାର ମହାନ୍ତିଙ୍କୁ ‘କ୍ରୀଡା ଭାରତ ସମ୍ମାନ’, ଲଘୁ ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମ୍ବଲପୁର ଜିଲ୍ଲା ବଦ୍ରିବାହାଲ ବାମରା ଅଞ୍ଚଳର ଲତା ବାଗ୍ ଓ ପୁଷ୍ପଲତା ସାହୁଙ୍କୁ ‘ଉଦ୍ୟୋଗ ଭାରତ ସମ୍ମାନ’ ଓ ସେହିପରି ଶିକ୍ଷା କ୍ଷେତ୍ରରେ +୨ ବିଜ୍ଞାନ, ବାଣିଜ୍ୟ ଓ କଳାରେ ଯଥାକ୍ରମେ ମେଧା ବିଦ୍ୟାର୍ଥୀ କମଳାକାନ୍ତ ରଣା, ଶୁଭମ୍ ନାୟକ ଓ ଅଙ୍କିତା ନାୟକଙ୍କୁ ‘ବିଦ୍ୟାଭାରତ ସମ୍ମାନ’ରେ ସମ୍ମାନିତ କରାଯିବ ବୋଲି ଜୟ ଭାରତ ଫାଉଣ୍ଡେସନ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ସାମ୍ମଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ମସଲାର ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା ଓ ନିର୍ଦେଶିକା ଏସ୍ଏନ୍ ମିଲେନିୟମ୍, ଜିଏମ୍ ବିପିନ୍ ରାଉତ, ଜିଏମ୍ ଅପରେସନ ଅରୁଣ କୁମାର ନାୟକ, ଜିଏମ୍ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।