ଭଞ୍ଜନଗର ସ୍ଵତନ୍ତ୍ର କାରାଗାର ପରିଦର୍ଶନ : ମହିଳା ଡାକ୍ତର ଓ କର୍ମଚାରୀ ଅଭାବ
ଭଞ୍ଜନଗର, ୦୧/୦୯ ( ଜେ. କେ ପଟ୍ଟନାୟକ ) : ସ୍ଥାନୀୟ ବେସରକାରୀ ପରିଦର୍ଶକ ମାନେ ଭଞ୍ଜନଗର ସ୍ୱତନ୍ତ୍ର କାରାଗାରକୁ ଯାଇ ସେଠାରେ ଅନ୍ତେବାସୀଙ୍କ ଖାଦ୍ୟ, ସ୍ୱାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଛନ୍ନତା ଉପରେ ବିଚରାଧୀନ ବନ୍ଦୀ ମାନଙ୍କୁ ପଚାରି ବୁଝିଥିଲେ l ଖାଦ୍ୟ ସମ୍ବନ୍ଧରେ କୌଣସି ଆପତ୍ତି ଅବିଯୋଗ ନଥିଲା l ମହିଳା ବିଚାରାଧୀନ ବନ୍ଦୀ ମାନଙ୍କ ପାଇଁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସକାଶେ ଅଭିଯୋଗ ହୋଇଛି।ଏଠାକୁ କୌଣସି ମହିଳା ଡାକ୍ତର ନିୟମିତ ଆସୁ ନ ଥିବାରୁ ବନ୍ଦୀ ମହିଳା ମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଵା ପାଇଁ ଜଣେ ମହିଳା ଡାକ୍ତରଙ୍କ ଅଭାବ ଅନୁଭୁତ ହୋଇଥିଲା l ଯଥା ସମ୍ଭବ ଏ ଅଭାବ ପୂରଣ କରିବା ପାଇଁ ପରିଦର୍ଶକ ମାନେ ଜେଲ କର୍ତ୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ l ଜେଲ ପରିସର ପରିଷ୍କାର ଥିଲେ ମଧ୍ୟ ପାଇଖାନା ଗୁଡ଼ିକ ଅଧିକ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପରିଦର୍ଶକ ମାନେ କାରାଗାର ଅଧିକାରୀ ମାନସ ସାମନ୍ତଙ୍କୁ ମତ ଦେଇଥିଲେ l ସରକାରଙ୍କ ନିୟମ ଅନୁଯାୟୀ ଏହି ସବ ଜେଲରେ ଆବଶ୍ୟକ କର୍ମଚାରୀ ରହିବା କଥା ତାଠାରୁ କମ ସଂଖ୍ୟକ କର୍ମଚାରୀ ଏଠାରେ ଅଛନ୍ତି ଦୀର୍ଘଦିନ ହେଲାଣି ଏହି ଅଭାବ ପୂରଣ ହୋଇନାହିଁ ବିଭାଗୀୟ ଅଧିକାରୀଙ୍କୁ ଏସମ୍ପର୍କରେ ଜଣାଇବା ପାଇଁ ପରିଦର୍ଶକ ମାନେ ମତ ଦେଇଥିଲେ l ଏହି ପରିଦର୍ଶକ ମଣ୍ଡଳୀରେ ପ୍ରାକ୍ତନ ଅଧକ୍ଷ କୃତ୍ତିବାସ ବିଶ୍ୱାଳ, ଡକ୍ଟର ପୁର୍ଣ୍ଷ ଚନ୍ଦ୍ର ତ୍ରିପାଠୀ, ପ୍ରାକ୍ତନ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ, ପ୍ରାକ୍ତନ ସହଗୋଷ୍ଟି ଶିକ୍ଷାଧିକାରୀ ଜଗବନ୍ଧୁ ଜେନା, ସମଜସେଵୀ ଗୀତାରାଣୀ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ l