ଚନାବେଡ଼ାରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲ ସିଡ଼ି ସ୍ଲାବ୍ ଭୁଶୁଡ଼ି ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ: ଉତ୍ତେଜନା, କ୍ଷତିପୂରଣ ଦାବି
ନୂଆପଡା, ୦୧/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚନାବେଡ଼ା ଗ୍ରାମ ରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲ ସିଡ଼ି ସ୍ଲାବ୍ ଭୁଶୁଡ଼ି ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ: ଉତ୍ତେଜନା, କ୍ଷତିପୂରଣ ଦାବି କରିଥିଲେ। ନିର୍ମାଣାଧୀନ କୋଠାର କଂକ୍ରିଟ୍ ସିଡ଼ି ସ୍ଲାବ୍ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଜଣେ ଆଦିବାସୀ ଗରିବ ଦିନ ମଜୁରିଆ ଶ୍ରମିକଙ୍କର ଚାପି ହୋଇ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ଖଡ଼ିଆଳ ଏନ୍ଏସି ଅନ୍ତର୍ଗତ ୧୧ ନମ୍ବର ୱାର୍ଡର ବାସିନ୍ଦା ଋଷିକେ ଶବର (୪୫) ବୋଲି ଚିହ୍ନଟ ହୋଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଋଷିକେ ଶବର ଆଜି ଚନାବେଡ଼ା ଗ୍ରାମର ଜଣେ ବେହେରା ବ୍ୟକ୍ତିଙ୍କ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୋଠା ଘରେ ଦୈନିକ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। କାମ ଚାଲୁଥିବା ସମୟରେ ସେ ସିଡ଼ି ତଳେ ଲାଗିଥିବା ସେଣ୍ଟ୍ରିଂ ପ୍ଲେଟ୍ ଏବଂ ଭାରା ଖୋଲୁଥିଲେ। ଏହି ସମୟରେ କୌଣସି କାରଣରୁ ଅପ୍ରତ୍ୟାଶିତ ଭାବେ ସମ୍ପୂର୍ଣ୍ଣ କଂକ୍ରିଟ୍ ସିଡ଼ି ସ୍ଲାବ୍ଟି ଭୁଶୁଡ଼ି ତାଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ବିରାଟ ସ୍ଲାବ୍ ତଳେ ସେ ଗୁରୁତର ଭାବେ ଚାପି ହୋଇ ରହିଯାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରିଥିଲେ।ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଅଛି । ଘଟଣା ସ୍ଥଳରେ ସମାଜସେବୀ ବାଳକୃଷ୍ଣା ଶବର ଓ ବୁଦ୍ଧିଜୀବୀମାନେ ଏହି ଅଘଟଣକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ କୌଣସି ପ୍ରକାର ସୁରକ୍ଷା ଉପକରଣ କିମ୍ବା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ରାଜ୍ୟ ଶ୍ରମିକ କଲ୍ୟାଣ ପାଣ୍ଠି ଏବଂ ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ଉପଯୁକ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦୃଢ଼ ଦାବି କରିଛନ୍ତି।ଘଟଣାର ଖବର ପାଇ ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର କୁମାର ପ୍ରଧାନ ଏବଂ ଥାନା ଅଧିକାରୀ ସୁମନ୍ତ କୁମାର ନାଏକ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନେଇ ଖଡ଼ିଆଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।