Hot Posts

6/recent/ticker-posts

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ, ଭାରୋତ୍ତୋଳନ ଓ ଯୋଗାସନ ପ୍ରତିଯୋଗିତା

କଳାହାଣ୍ଡି, ୧୦/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଏଲ୍‌.ବି. ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ, ଭାରୋତ୍ତୋଳନ ଓ ଯୋଗାସନ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏହି କ୍ରୀଡ଼ା ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କ୍ରୀଡ଼ାବିତ୍‌ମାନେ ଯୋଗଦେଇଛନ୍ତି। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଡିପିଇଓ ଏବଂ ବିଭାଗୀୟ ଅଧିକାରୀଙ୍କ ସମେତ ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂହ ରାଉତ ଉପସ୍ଥିତ ରହି କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡ଼ା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶ ସହ ପ୍ରତିଭା ଅନ୍ୱେଷଣ ଏବଂ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦିଆଯାଇଥିଲା।



କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପକ୍ଷଣ୍ଡ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ