Hot Posts

6/recent/ticker-posts

କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍

ସିନାପାଲି, ୧୮/୦୯ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଐତିହାସିକ ରାମଗଡ ମାଟି ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ୨୦୨୬ ଅନୁଷ୍ଠିତ ହୋଇଛି । ଯୁବ ସଂଗଠକ ଘନଶ୍ୟାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍, ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଗୈରାଙ୍ଗ କୁମାର ସାହୁ , ସମ୍ମାନିତ ଅତିଥି ଲମ୍ବୋଦର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କର୍ମୀ ଓରାମ , ସିନାପାଲି ଥାନା ଭାରାପ୍ରାପ୍ତ ମହେଶ୍ୱର ପାଣିଗ୍ରାହୀ ଉପସ୍ଥିତ ରହିଥିଲେ । ସର୍ବପ୍ରଥମେ ସମଲେଇ ମାଁଙ୍କ ପୂଜାର୍ଚ୍ଚନା ପରେ ପଞ୍ଚାୟତ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଗାଁର ବିକାଶ ପାଇଁ ବିଶେଷ ଅବଦାନ ଥିବା ସମାଜସେବୀ ଗୁଣଧର ମେହେର ଓ ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଐତିହ୍ୟ ସମ୍ପନ୍ନ ମାଟିର କଳା ସଂସ୍କୃତି ଯୁବ ସଂଗଠନ ଏକତା ପାଇଁ ଆଜିକାର ଅତିଥି ଏବଂ ମୁଖ୍ୟବକ୍ତା ନିଜର ଅଭିଭାଷଣ ପ୍ରଦାନ କରି ସମସ୍ତଙ୍କୁ ଆକର୍ଷିତ କରିପାରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ବାସନ୍ତୀ କଳା ପରିଷଦ ସୋନପୁର,ଡାଲଖାଇ, ରସରକେଲି, ଛତିଶଗଡି ଗାୟିକା ରୋସନୀ ତ୍ରିପାଠୀ,ଡ୍ୟାନ୍ସ ଧମାକ୍ ଦର୍ଶକଙ୍କ ମନ ମୋହି ଥିଲା । କାର୍ଯ୍ୟକ୍ରମକୁ ଗୁପ୍ତେଶ୍ୱର ମେହେର ପରିଚାଳନା କରୁଥିବା ବେଳେ ଡିସମ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।