Hot Posts

6/recent/ticker-posts

ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କ ପରଲୋକ l

ବାଲେଶ୍ଵର, ୧୮/୦୯ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ରୂପସା ଥାନା ରାଉତପଡା ପଞ୍ଚାୟତ ଅନ୍ତର୍ଗତ ବାରାପାଳ ଗ୍ରାମର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ହରିହର ତ୍ରିପାଠୀଙ୍କର ଗୁରୁବାର ହୃଦଘାତଜନିତ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା l ଗତ କାଲି ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ l ତାଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ୱର ପୋଲିସ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ପୁଅ, ପୁଅବୋହୁ, ଝିଅ, ଜ୍ୱାଇଁ, ନାତି ନାତୁଣୀ, ଭାଇ, ଭାଇ ବୋହୁ, ପୁତୁରା, ଝିଆରୀ,ପରିବାରବର୍ଗ ଉପସ୍ଥିତ ଥିଲେ l ଜଣେ ବିଦ୍ୱାନ ସଂସ୍କୃତ ଶିକ୍ଷକ ଭାବେ ସେ ସମଗ୍ର ବାଲେଶ୍ୱର ଜିଲାରେ ଖ୍ୟାତି ଅର୍ଜନ କରିଥିଲେ l ଗତ ୨୦୦୯ ମସିହାରେ ସେ ବାଲିଆପାଳ ଗଡ଼ସାହିସ୍ଥିତ ବାସନ୍ତୀ ସରକାରୀ ଉଚ୍ଚ ବିଦ୍ୟାପୀଠରୁ ଅବସର ଗ୍ରହଣ କରିଥିଲେ l ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଜନପ୍ରତିନିଧି ବାସଭବନରେ ପହଞ୍ଚି ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରାଯାଇ ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ଏକମାତ୍ର ପୁତ୍ର ପିଣ୍ଟୁ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ l



ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l