ହଠାତ୍ ଲିଭିଗଲା ଜୀବନଦୀପ ବରିଷ୍ଠ ସାମ୍ବାଦିକ ଟୁଟୁ ପଟ୍ଟନାୟକଙ୍କ ଧର୍ମପତ୍ନୀ ସ୍ୱର୍ଣ୍ଣଲତାଙ୍କ ଅକାଳ ବିୟୋଗ ୪୪ ବର୍ଷରେ ଅନ୍ତ — ଶୋକରେ ବୋରିଗୁମ୍ମା
ବୋରିଗୁମ୍ମା, ୦୧/୦୯ ( ଏ. ଭେଙ୍କଟ ରାଓ ) : ହସଖୁସିର ପରିବାରରେ ହଠାତ୍ ଖେଳିଗଲା ଶୋକର କଳାବାଦଲ। ବୋରିଗୁମ୍ମାର ବରିଷ୍ଠ ସାମ୍ବାଦିକ ଟୁଟୁ ପଟ୍ଟନାୟକଙ୍କ ଧର୍ମପତ୍ନୀ ସ୍ୱର୍ଣ୍ଣଲତା ପଟ୍ଟନାୟକ (୪୦)ଙ୍କ ଅକାଳ ବିୟୋଗ ଅଞ୍ଚଳବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଛି। ତାଙ୍କ ବିୟୋଗର ଖବର ପ୍ରଚାରିତ ହେବା ପରେ ପରିବାର, ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବଙ୍କ ସମେତ ସାମ୍ବାଦିକ ମହଲରେ ଶୋକର ଛାୟା ଘନୀଭୂତ ହୋଇଛି। ସ୍ୱର୍ଣ୍ଣଲତାଙ୍କ ଅକାଳ ବିୟୋଗରେ ପରିବାର ଏକ ଆପଣା ମଣିଷଙ୍କୁ ହରାଇଥିବାବେଳେ, ତାଙ୍କୁ ଜାଣିଥିବା ମହଲରେ ମଧ୍ୟ ଦୁଃଖର ଲହରି ଖେଳିଯାଇଛି। ତାଙ୍କ ବିୟୋଗ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ଓ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି। ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଏହି ଦୁଃଖଦ ଖବର ପାଇବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଯାଇଛି। ସ୍ୱର୍ଣ୍ଣଲତାଙ୍କ ଅକାଳ ବିୟୋଗରେ ବୋରିଗୁମ୍ମା ହରାଇଲା ଜଣେ ପରିଚିତ ମୁହଁ। ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଶୂନ୍ୟତା ସହଜରେ ପୂରଣ ହେବ ନାହିଁ ବୋଲି ଶୁଭେଚ୍ଛୁ ଓ ପରିଚିତମାନେ ଶୋକବ୍ୟକ୍ତ କରିଛନ୍ତି।