ଅନେକ ଜୀବନରେ ପରିବର୍ତ୍ତନ ଆଣି ପାରିଵ 'ରୂପାୟନ'
କଟକ, ୦୧/୦୯ ( କାହୁଁ ଚରଣ ବାରିକ ) : କଟକ ମହାନଗର ନିଗମର ସୁନ୍ଦର ଯୋଜନା 'ରୂପାୟନ'।ରିଡିଉସ, ରିସାଇକେଲ, ରିୟୁଜ ମନ୍ତ୍ର ଆଧାରରେ ଏହି ଯୋଜନା କେଏମସି କମିଶନରଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଛି। ଏହି ଯୋଜନାରେ ନୂଆପଡା, କଲେଜ ଛକ ଓ ବାରବାଟୀ ପ୍ୟାଲେସ ଭିତରେ ତିନୋଟି କାଉଣ୍ଟର କରାଯାଇଛି। ଆପଣଙ୍କ ଘରେ ଯାହା କିଛି ଅଦରକାରୀ ଅଛି ଯେମିତି ଲୁଗା, କପଡା, ଜୋତା, ଚପଲ, ଖେଳଣା, ଵାସନ କୁସନ ସଵୁ ଆଣି ଆପଣ ଏହି କାଉଣ୍ଟର ଗୁଡିକରେ ଦାନ କରି ପାରିବେ। ନୂଆପଡା ଓ କଲେଜ ଛକରେ ଏହି କାଉଣ୍ଟର ନାଁ ରହିଛି 'ଆର ଆର ଆର'। ବାରବାଟୀ ପ୍ୟାଲେସ ଭିତରେ ଏହି କାଉଣ୍ଟର ନାଁ ରହିଛି 'ରୂପାୟନ'।ଆପଣ ଦାନ କରୁଥିବା ଜିନିଷ ଗୁଡିକୁ ଖୁବ୍ ଭଲ ଵ୍ୟଵହାର ଯୋଗ୍ୟ କରାଯାଉଛି। ଏହି ଵ୍ୟଵହାର ଯୋଗ୍ୟ ଜିନିଷ ଗୁଡିକୁ ଯେଉଁ ମାନଙ୍କର ଆଵଶ୍ୟକ ଅଛି ସେମାନଙ୍କୁ କେଏମସି ପକ୍ଷରୁ ଦିଆଯାଉଛି। ଆପଣଙ୍କ ପାଇଁ ଅଦରକାରୀ ଜିନିଷ ଅନ୍ୟର ଅଭାଵ ଅସୁବିଧା ମେଣ୍ଟାଇ ପାରିଵ। ଏଥିରେ ମାଧ୍ୟମ ସାଜିଛି କଟକ ମହାନଗର ନିଗମ। ତେଣୁ ଆପଣଙ୍କ ପାଇଁ ଯାହା ଅଦରକାରୀ ହୋଇ ପଡିଛି ସେଗୁଡିକୁ ଏହି କାଉଣ୍ଟରରେ ଦାନ କରିପାରିବେ, ଯାହା ଅନ୍ୟର ସହାୟତା କରିପାରିଵ।ନୂଆପଡ, କଲେଜ ଛକରେ ଏହି କାଉଣ୍ଟର ସକାଳ ୮ଟାରୁ୧୧ଟା, ବାରବାଟୀ ଷ୍ଟାଡିୟମ ପରିସରରେ ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହୁଛି।