କଟକ, ୦୮/୦୯ ( କାଁହୁ ଚରଣ ବାରିକ ) : କଟକ ପୁରୀଘାଟ ଥାନା ଅନ୍ତର୍ଗତ ହରିପୁର ସାଇ ଟ୍ରେଡର୍ସ ଲେନ୍ ନିକଟରେ ଚାଲିଥିବା ଏକ ବେଆଇନ୍ ଜୁଆ ଓ ଲଟେରୀ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଆଟକ କରିବା ସହ ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି। ପୋଲିସ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୭ ତାରିଖ ଅପରାହ୍ନ ପ୍ରାୟ ୨:୩୦ ମିନିଟ୍ ସମୟରେ ପୁରୀଘାଟ ଥାନାର ଏସ.ଆଇ. ସୁବେନ୍ଦୁ ପ୍ରଧାନ ଓ ଅନ୍ୟ ପୋଲିସ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଗୁପ୍ତ ସୂଚନା ପାଇଥିଲେ। ଏହି ସୂଚନା ଆଧାରରେ ପୋଲିସ ହରିପୁରସ୍ଥିତ ଏକ ଘରେ ଚଢ଼ାଉ କରିଥିଲା। ଦୁଇଜଣ ସ୍ଵାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇ ୭ ଜଣ ଜୁଆଡ଼ିଙ୍କୁ ଘଟଣାସ୍ଥଳରୁ କାବୁ କରାଯାଇଥିଲା। ଜବତ ହୋଇଥିବା ସାମଗ୍ରୀ: ୩ ଟି ୱାଲ ଫ୍ୟାନ୍ (Wall Fans), ୪ ଟି ଲଟେରୀ ବୋର୍ଡ, ୧୦ ଟି ମୋବାଇଲ ଫୋନ୍, ୩ ଟି କାଲକୁଲେଟର, ନଗଦ ୯,୨୨୦ ଟଙ୍କା, ୧ ଟି କଳା ରଙ୍ଗର ୟାମାହା ଫାସିନୋ ସ୍କୁଟର (OD 05T 4841), ୧ ଟି ହିରୋ ସାଇକେଲ, ୧ ଟି ନୋଟବୁକ୍, ତାସ୍ (Playing cards), ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ବେଆଇନ ଆଡ୍ଡାଟି ହରିପୁରର 'ବିଜୁ' ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ପୁରୀଘାଟ ଥାନା କେସ୍ ନଂ ୩୧୯ ଅନୁଯାୟୀ ମାମଲା ରୁଜୁ କରାଯାଇ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଆଜି କଟକ ଏସ.ଡି.ଜେ.ଏମ୍ (ସଦର) କୋର୍ଟକୁ ଚାଲାଣ କରାଯାଇଛି। ଏହି ଘଟଣାରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ ନବଦୂତ news #

