ବ୍ରାହ୍ମଣ ଏକତା ମଞ୍ଚର ଜଟେସିଂହା ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ପରିଷଦ ଗଠନ
ବୀରମହାରାଜପୁର, ୦୮/୦୯ ( ଜଗଦିଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଜଟେସିଂହା ଗ୍ରାମ ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ଏକତା ମଞ୍ଚର ବୈଠକ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ଶ୍ୟାମସୁନ୍ଦର ମଠ ବଡଖମାର ଠାରେ ଆୟୋଜିତ ବ୍ରାହ୍ମଣ ସମାବେଶରେ ପ୍ରଥମେ ବ୍ରାହ୍ମଣ ପାଦଧୌତ ସେବାପରେ ସାମୂହିକ ବିଷ୍ଣୁ ସହସ୍ରନାମ ପଠନ କରାଯାଇଥିଲା। ପରେ ପରେ ଆୟୋଜିତ ଏକ ସାଧାରଣ ସଭାରେ ଜଗଦୀଶ ପଣ୍ଡା ସଭାପତିତ୍ବ କରିଥିଲେ । ବ୍ଲକ୍ ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ ସହିତ ସଭା ସଂଯୋଜନା କରିଥିବା ବେଳେ ସନ୍ତୋଷ ରଥ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବ୍ରାହ୍ମଣ ଏକତା ସମନ୍ବୟ କମିଟିର ଅଧ୍ୟକ୍ଷ ଡ ପ୍ରଫୁଲ୍ଲ କୁମାର ରଥ, ବ୍ଲକ୍ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟ କାରୀ ସଦସ୍ୟ ସତ୍ୟଞ୍ଜିବ ମିଶ୍ର,ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାପତି ଶ୍ୟାମସୁନ୍ଦର ପଣ୍ଡା, , ସୋନପୁର ବ୍ଲକ୍ ପ୍ରତିନିଧି ସୁରେଶ୍ କୁମାର ମିଶ୍ର ପ୍ରମୁଖ ଏକତା ମଞ୍ଚର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ଜାଗରଣ ସଂପର୍କିତ ବକ୍ତବ୍ୟ ପ୍ରଦାନ କରିଥିଲେ।ଏନ୍ ଏ ସି ସଂପାଦକ ନାରାୟଣ ରଥ, ବ୍ଲକ୍ କୋଷାଧ୍ୟକ୍ଷ ସୂର୍ଯ୍ୟ କୁମାର ନନ୍ଦ, ଉପଦେଷ୍ଟା ଦାମୋଦର ହୋତା, ଆଚାର୍ଯ୍ୟ ସୁଶାନ୍ତ କୁମାର ପୁରୋହିତ, ସତ୍ୟ ନାରାୟଣ ନାୟକ, ନିତ୍ୟାନନ୍ଦ ପଣ୍ଡା ରବିନ୍ଦ୍ରନାଥ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ସଭାରେ ପଞ୍ଚାୟତ ସ୍ତରୀୟ କମିଟି ଗଠନ ସଂପର୍କରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ସଭାପତି ଭାବେ ତ୍ରିପୁରାରି ରଥ, କାର୍ଯ୍ୟକାରୀ ସଭାପତି ଗୌରୀଶଙ୍କର ପାଣିଗ୍ରାହୀ,ଉପ ସଭାପତି ଘୁଣ୍ଡୁଗୋପାଳ ଦାଶ, ବୀରେନ୍ଦ୍ର ପଣ୍ଡା, ସଂପାଦକ ସୁଧୀର ପାଣିଗ୍ରାହୀ, ଯୁଗ୍ମ ସଂପାଦକ ସାରଙ୍ଗଧର ଦାଶ, ଦଧିବାବନ ପୁରୋହିତ, କୋଷାଧ୍ୟକ୍ଷ କଳାକାହ୍ନୁ ମହାପାତ୍ର, ସଂଯୋଜକ ରଞ୍ଜନ୍ ଦାଶ, ଧୀରେନ୍ଦ୍ର ନାରାୟଣ ପଣ୍ଡା, ଉପଦେଷ୍ଟା ଜ୍ଞାନେନ୍ଦ୍ର ତ୍ରିପାଠୀ, ଜଗଦୀଶ ପଣ୍ଡା, ମାଗୁଣି ସାମନ୍ତରା, ସାଧୁ ଚରଣ ପଣ୍ଡା, ରାଜେଶ୍ ପାଣିଗ୍ରାହୀ, ସଦାନନ୍ଦ ପଣ୍ଡା, ସନ୍ତୋଷ ମିଶ୍ର, ଗୌରଚନ୍ଦ୍ର ପଣ୍ଡା, ବିଶ୍ବେଶ୍ବର ପାଣିଗ୍ରାହୀ, ରୋହିତ