Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବଡଦୁହେଲ୍ ଗ୍ରାମପଞ୍ଚାୟତ ରେ ୪ ମାସ ହେବ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପ୍ରଦାନ ହୋଇନଥିବା ଅଭିଯୋଗ, ଗ୍ରାମବାସୀ ମାନେ ଖଡ଼ିଆଳ ବିଡିଓ କାର୍ଯ୍ୟାଳୟରେ ସମସ୍ୟା ଜଣାଇବା ନେଇ ଦ୍ୱାରସ୍ତ

ନୂଆପଡ଼ା, ୧୦/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବଡଦୁହେଲ୍ ଗ୍ରାମପଞ୍ଚାୟତରେ ୪ ମାସ ହେବ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପ୍ରଦାନ ହୋଇନଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମାନେ ଖଡ଼ିଆଳ ବିଡିଓ କାର୍ଯ୍ୟାଳୟରେ ସମସ୍ୟା ଜଣାଇବା ନେଇ ଦ୍ୱାରସ୍ତ ହୋଇଥିବା ବେଳେ ଆଗକୁ ପଶ୍ଚିମ ଓଡ଼ିଶା କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ପାଳିତ ହେବ। ପର୍ବ ପାଳନ ନେଇ ସମସ୍ତେ ଉତ୍ସାହିତ ଥିବା ବେଳେ ସରକାରୀ ଯୋଜନା ରେ ସହାୟତା ପ୍ରଦାନ ବିଳମ୍ବ ନେଇ ଗ୍ରାମବାସୀ ମାନେ ଉତ୍ତେଜିତ ହୋଇଥିଲେ। ସମସ୍ତ ଏକ ଦାବୀ ପତ୍ର ଖଡ଼ିଆଳ ବିଡିଓ ଙ୍କୁ ଦେବା ପାଇଁ କାର୍ଯ୍ୟାଳୟ ରେ ଅପେକ୍ଷା କରିଛନ୍ତି। ଶତାଧିକ ମହିଳା ଓ ପୁରୁଷ ଆସି ୪ ମାସ ଚାଉଳ ପ୍ରଦାନ ଦାବି କରିଛନ୍ତି। ନଚେତ୍ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ସେଲ୍ସ ମେନକୁ ହଟାଇବାକୁ ଦାବି କରିଛନ୍ତି।