Hot Posts

6/recent/ticker-posts

କଟକ ବଢ଼େଇ ସାହିର ଐତିହାସିକ ପୀଠ ଗଣେଶ, ରାଜା ଅନଙ୍ଗଭୀମ ଦେବଙ୍କ ସମୟରୁ ପୂଜାର ପରମ୍ପରା

କଟକ, ୧୧/୦୯ ( କାହୁଁ ଚରଣ ବାରିକ ) : ଓଡ଼ିଶା ର ସର୍ବ ପୁରାତନ ଶ୍ରୀ ଗଣେଶ ଠାକୁର ପୂଜା ପାଉ ଛନ୍ତି ,କଟକ ବକ୍ସବଜାର ବଢ଼େଇ ସାହି ରେ l ପାଞ୍ଚଫୁଟ କଳା ମୁଗୁନି ପଥରର ଏହା ପିଠ ଗଣେଶ ଠାକୁର l ମାଦଳା ପାଞ୍ଜି ଅନୁସାରେ ଗଙ୍ଗ ବଂଶର ରାଜା ୧୨୧୧ ରୁ ୧୨୩୮ ଅନଙ୍ଗ ଭୀମ ଦେବ ତୃତୀୟ ଯେତେବେଳେ ବାରବାଟୀ ଦୁର୍ଗ ନିର୍ମାଣ କରି ଥିଲେ ସେହି ସମୟ ରେ ଦୁର୍ଗ ରେ ପୂଜା କରୁଥିଲେ ରାଜା ମା ଗଡ ଚଣ୍ଡୀ,,ପ୍ରଭୁ ଗଡ ଗଡେସୋର୍,ଏବଂ ପ୍ରଭୁ ଶ୍ରୀ ଗଣେଶ l ପାଞ୍ଜି ଅନୁସାରେ ଯେତେବେଳେ କଳା ପାହାଡ ଓଡ଼ିଶା ର ସବୁ ହିନ୍ଦୁ ମନ୍ଦିର ଗୁଡିକୁ ଆକ୍ରମଣ କରି ଭାଙ୍ଗି ବାକୁ ଆରମ୍ଭ କଲା ଏବଂ ବାରବାଟୀ ଦୁର୍ଗ କୁ ବି ଆକ୍ରମଣ କରିବା ପୂର୍ବରୁ ରାଜୁତି କରୁ ଥିବା ରାଜା ଜାଣି ପାରି ରାଜା ,ସବୁ ଠାକୁରଙ୍କୁ ଅନ୍ୟତ୍ର ଲୁଚାଇ ,ଶ୍ରୀ ଗଣେଶ ଙ୍କୁ ରାଣୀ ସ୍ନାନ କରୁ ଥିବା ପୁଷ୍କରିଣୀ ରେ ଅନେକ ବର୍ଷ ଗଣେଶ ଠାକୁରଙ୍କୁ ପାଣିରେ ବୁଡ଼ାଇ ରଖିଥିଲେ l ୧୭୦୭ ମସିହା ରେ ମୋଗଲ ସାମ୍ରାଜ୍ୟ ପତନ ପରେ ପୁଣି ବାରବାଟୀ ଦୁର୍ଗ ମରହଟ୍ଟା ମାନଙ୍କ ଅଧୀନକୁ ଆସିଲା l ସେହି ସମୟ ରେ ଦୁର୍ଗ ରେ କାର୍ଯ୍ୟ କରୁଥିବା ପଥୁରିଆ ଶିଳ୍ପୀ ମାନେ ,ରାଜାଙ୍କ ଆଦେଶ ପାଇ ,ସେହି ରାଣୀ ପୋଖରୀରୁ ଗଣେଶ ଠାକୁର ଙ୍କୁ ଉଦ୍ଧାର କରି ରାତି ସମୟ ରେ ଏକ ଶଗଡ଼ ମାଧ୍ୟମରେ ଆଣି ପଥୁରିଆ ସାହି ( ବର୍ତ୍ତମାନ ବକ୍ସି ବଜାର ବଢ଼େଇ ସାହି) ସେହି ଠକୁର ଙ୍କୁ ସ୍ଥାପନ କରି ପୀଠ ଗଣେଶ ଭାବେ ପୂଜା ପାଉ ଛନ୍ତି l। ବାରବାଟୀ ଦୁର୍ଗ ଯେଉଁ ବଉଳ ମାଳି ପଥରରେ ନିର୍ମାଣ ହେଇଛି ,ସେହି ବଉଳ ମାଳି ପଥର ରେ ଏହି ଶ୍ରୀ ଗଣେଶ ମନ୍ଦିର ଟି ନିର୍ମାଣ ହେଇଛି ,ପ୍ରତିବର୍ଷ ଗଣେଶ ଚତୁର୍ଥୀ ପୂଜା ଖୁବ୍ ଧୁମ୍ ଧାମ ଚାରି ଦିନ ପାଳନ କରା ଯାଏ, ପୂଜା ପରଦିନ ଦୁଇହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନ କରାଯାଇ ଥାଏ l ପ୍ରତିଦିନ ମଙ୍ଗଳ ଆଳତି ଏବଂ ଭଜନ ସନ୍ଧ୍ୟା, ସଂକୀର୍ତ୍ତନ ମଧ୍ୟ କରାଯାଇ ଥାଏ l ଘlଣ୍ଟ ଦିନ ମଧ୍ୟ ସାହି ଲୋକ ଙ୍କ ନିମନ୍ତେ ଘାଣ୍ଟ ପ୍ରସାଦ ବଣ୍ଟନ କରା ଯାଏ l ପ୍ରତି ବୁଧବାର ଦିନ ପ୍ରଭୁ ଙ୍କୁ ନଡୁ ଭୋଗ କରାଯାଇ ପିଲାଙ୍କୁ ବଣ୍ଟା ଯାଏ l