Hot Posts

6/recent/ticker-posts

"ବସୁଧା ଯୋଜନା" ବାଟବଣା ହୋଇଥିବା ନେଇ ରାଜ୍ୟ ମୂଖ୍ୟଯନ୍ତ୍ରୀଙ୍କ କଡା ଆଭିମୂଖ୍ୟ ,୧୫ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ।

କଳାହାଣ୍ଡି, ୧୨/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ଅନ୍ତର୍ଗତ ଶଗଡା ପଞ୍ଚାୟତର ସର୍ଗିଗୁଡା ଗ୍ରାମରେ କାର୍ଯ୍ୟକାରୀ ହୋଇଥିବା ବସୁଧା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ହୋଇଛି। ଯାହାରି ଫଳରେ ରାଜ୍ୟ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ମୂଖ୍ୟଯନ୍ତ୍ରୀ ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯଦ୍ବାରା ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଛନକା ପଶି ଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସର୍ଗିଗୁଡା ଠାରେ ଦୀର୍ଘ ୨ ବର୍ଷ ହେଲା ବସୁଧା ଯୋଜନା ଅଧିନରେ ନିର୍ମିତ ଜଳ ପ୍ରକଳ୍ପରେ ନିମ୍ନ ମାନର ପାଣିଟାଙ୍କି ନିର୍ମାଣ, ପାଇପ୍ ଆନୁଷଙ୍ଗିକ ସରଞ୍ଜାମ ବ୍ୟବହାର ଯୋଗୁଁ ଟ୍ରାଏଲ୍ କରିବାର ପ୍ରଥମ ଦିନରେ ହିଁ ଅଚଳ ହୋଇ ଅନିୟମିତତାର ଗୁମର ଖୋଲିଦେଲା। ଏହା ଦେଖି ଏଲ୍ ଟି ଜେ ବି ଡେଭେଲପମେଣ୍ଟ ମଞ୍ଚ ର ଆବାହକ ନରେନ୍ଦ୍ର ନାଏକ ମୂଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ରାଜ୍ୟ ମୂଖ୍ୟଯନ୍ତ୍ରୀ (ଆର ଡବ୍ଲୁ ଏସ୍ ଏସ୍) ମେଡିଆ ସେଲ ଚିଠି ନଂ 10/2025 ଓ 10063/05.09.2026 ମାଧ୍ୟମରେ ଜିଲ୍ଲା ଆର ଡବ୍ଲୁ ଏସ ଏସ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚିଠି ପାଇବା ପରେ ବିଭାଗରେ ଏବେ ଦୁର୍ନୀତି ଓ ଭ୍ରଷ୍ଟାଚାର ର ଗୁମର ଖୋଲିଯିବ ବୋଲି କୋକୁଆ ଭୟ ଦେଖା ଦେଇଛି ।କାରଣ ବିଭାଗର ଏଭଳି ଖାମଖିଆଲି ନୀତି ଯୋଗୁଁ ଗ୍ରାମବାସୀ ନିଜର ଦୈନନ୍ଦିନ ଜୀବନରେ ପାନୀୟଜଳର ଅଭାବ ଯୋଗୁଁ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ କାଳାତିପାତ କରୁଛନ୍ତି। ସରକାର ଦେଉଥିବା ଲକ୍ଷଲକ୍ଷ ଟଙ୍କାର ଅନୁଦାନକୁ ସ୍ଥାନୀୟ ଠିକାଦାର ଓ ବିଭାଗୀୟ ଅଧିକାରୀ ଆତ୍ମସାତ କରି ମାଲାମାଲ ହେଉଛନ୍ତି। ତେବେ ରାଜ୍ୟ ମୂଖ୍ୟଯନ୍ତ୍ରୀଙ୍କ ଏହି ତଦନ୍ତ ନିର୍ଦ୍ଦେଶ କେତେଦୂର ସଠିକ ଦିଗରେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ