Hot Posts

6/recent/ticker-posts

ପୁରୁଣାପଡ଼ା ରାଧାକୃଷ୍ଣ ମନ୍ଦିରରେ ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ପାଳିତ

କଳାହାଣ୍ଡି, ୦୪/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସହର ଅନ୍ତର୍ଗତ ପୁରୁଣାପଡ଼ାସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ଶ୍ରୀ ରାଧାକୃଷ୍ଣଙ୍କୁ ସ୍ୱତନ୍ତ୍ର ଶୃଙ୍ଗାର କରାଯିବା ସହ ବିଶେଷ ପୂଜାର୍ଚ୍ଚନା ଓ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭଜନ, କୀର୍ତ୍ତନ ଓ ନାମସଙ୍କୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଅବସରରେ ପୁରୁଣାପଡ଼ା ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଦିନତମାମ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିଲା। ଭକ୍ତମାନେ ଶ୍ରଦ୍ଧା ଓ ଭକ୍ତିର ସହ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ରାତ୍ରିରେ ନିଶୀଥ କାଳରେ ବିଧିବିଧାନ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା। ଜନ୍ମୋତ୍ସବ ସମୟରେ ମନ୍ଦିର ପରିସର ଭଜନ ଓ ନାମ ସଙ୍କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି ଶ୍ରୀ ନିରଞ୍ଜନ ପ୍ରଧାନ, ଶ୍ରୀଧର ପଲାଇ, ମନ୍ଦିର ମୁଖ୍ୟ ପୂଜକ ରଥାଙ୍ଗ ଠାକୁର, ସହ ପୂଜକ ସଦାଶିବ ରଥଙ୍କ ସମେତ ଚନ୍ଦ୍ରଶେଖର ଡାକୁଆ, ଆଲୋକ କୁମାର ସାହୁ, ବିକାଶ ପ୍ରଧାନ, କାହୁଁ ପ୍ରଧାନ, ପରଖିତ ବିଶ୍ୱାଳ, ପ୍ରଦେଶ ରଞ୍ଜନ ପ୍ରଧାନ, ଇନ୍ଦ୍ରଜିତ୍ ମହାକୁଡ଼, ସୀତାକାନ୍ତ ପ୍ରଧାନ, ବିଶ୍ୱଜିତ୍ ପ୍ରଧାନ, ଦୀପକ କୁମାର ସାହୁ, ରାଜବିର ମହାକୁଡ଼, ଦୁଃଖିଶ୍ୟାମ ପ୍ରଧାନ, ସନ୍ତୋଷ ପ୍ରଧାନ ଓ ହିମାଂଶୁ ଡାକୁଆ ପ୍ରମୁଖ ସହଯୋଗ କରିଥିଲେ।



କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପଖଣ୍ଡ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ