କାରଖାନା ନାହିଁ ତ ଖଣି ନାହିଁ’ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ
କଳାହାଣ୍ଡି, ୨୬/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଥୁଆମୂଳ ରାମପୁର ଆଦିବାସୀ ଭବନ ପରିସରରେ ଆଜି ସାତଟି ସଂଗଠନର ମିଳିତ ଉଦ୍ୟମରେ ଆଗାମୀ ଅକ୍ଟୋବର ୭ ତାରିଖରେ ହେବାକୁଥିବା ‘କାରଖାନା ନାହିଁ ତ ଖଣି ନାହିଁ’ ଗଣଧାରଣା ଓ ସତ୍ୟାଗ୍ରହକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଆଗାମୀ ଗଣଧାରଣା ଓ ସତ୍ୟାଗ୍ରହକୁ ସଫଳ କରିବା ସହ ଅଧିକ ସଂଖ୍ୟକ ଲୋକଙ୍କୁ ଏଥିରେ ସାମିଲ କରିବା ନେଇ ଆଲୋଚନା କରାଯାଇଥିଲା। ଅଞ୍ଚଳର ଜନସ୍ୱାର୍ଥ, ଜମି, ଜଙ୍ଗଲ ଓ ସ୍ଥାନୀୟ ଲୋକଙ୍କ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ମତବିନିମୟ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳର ଲୋକମାନେ ଯୋଗଦେଇଥିଲେ। ବୈଠକରେ ଯୋଗଦେଇଥିବା ଅତିଥି ଓ ପ୍ରତିନିଧିମାନେ ଆସନ୍ତା ୭ ତାରିଖର ଗଣଧାରଣା ଓ ସତ୍ୟାଗ୍ରହକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅକ୍ଟୋବର ୭ ତାରିଖରେ ହେବାକୁଥିବା ଏହି କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳରେ ପ୍ରସ୍ତୁତି ଜୋରଦାର ହୋଇଥିବା ଜଣାପଡିଛି