Hot Posts

6/recent/ticker-posts

ଏକଲବ୍ୟ ବିଦ୍ୟାଳୟରେ ଯୁବପିଢି ଗ୍ରାମସଭା କାର୍ଯ୍ୟକ୍ରମ

ଲଇକେରା, ୦୯/୦୯ ( ନବଦୂତ ) : ଝାରସୁଗୁଡା ଜିଲ୍ଲା କିର୍ମିରା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପକ୍ଷରୁ ଯୁବପିଢି ଗ୍ରାମସଭା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଅରବିନ୍ଦ ସିଂହଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ପଟେଲ, ସମ୍ମାନିତ ଅତିଥି ଭାବରେ ବ୍ଳକ ମଙ୍ଗଳ ଅଧିକାରୀ ସଞ୍ଜିତା ମହାନ୍ତ, ୱାର୍ଡ ସଭ୍ଯା ଉଷାରାଣୀ ନାୟକ, ସମାଜସେବୀ ସାବିତ୍ରୀ ବାରିକ ଯୋଗଦେଇ ଉଦଘାଟନ କରିବା ସହିତ ପଞ୍ଚାୟତିରାଜ ବିଭାଗର ଅନେକ ଜନହିତ ଯୋଜନା, କାର୍ଯ୍ୟକ୍ରମ ବିଷୟରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସାମାଜିକ ସୁରକ୍ଷା, ସ୍ୱଚ୍ଛ ଅଭିଯାନ, ସମଗ୍ର ବିକାଶ, ଆମ ଗାଁ ଆମ ବିକାଶ କୁ ନେଇ ବିଦ୍ଯାଳୟ ଛାତ୍ରଛାତ୍ରୀମାନେ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ପଞ୍ଚାୟତ ନିର୍ବାହୀଅଧିକାରୀ, ରୋଜଗାର ସହାୟକ, ହିତାଧିକାରୀ ସହ ଡାକ୍ତର, ଶିକ୍ଷକ, ପୋଲିସ ଭାବରେ ଅଭିନୟ କରି ଗ୍ରାମର ବିଭିନ୍ନ ସମସ୍ୟା ଯଥା ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱଚ୍ଛ ଜଳ, ସାମାଜିକ ଅଧିକାର ବିଷୟରେ ଅଭିଯୋଗ ଏହାର ସମାଧାନ ଅଭିନୟ ମାଧ୍ୟମରେ ସଚେତନ କରିଥିଲେ । କାର୍ଯ୍ୟକ୍ରମ କୁ ସଞ୍ଜିବ ମଣ୍ଡଳ ପରିଚାଳନା କରିଥିବା ବେଳେ ‌ସାମାଜିକ ବିଜ୍ଞାନ ବିଭାଗର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।