Hot Posts

6/recent/ticker-posts

କଳାହାଣ୍ଡିରେ ସିଏମ୍ କିଷାନ୍ ସହାୟତା ରାଶି ବଣ୍ଟନ ୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଗଲା ସହାୟତା ରାଶି ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

କଳାହାଣ୍ଡି, ୦୪/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ପବିତ୍ର ଜନ୍ମାଷ୍ଟମୀ ଅବସରରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଉପହାର। କଳାହାଣ୍ଡିର ୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ସିଏମ୍ କିଷାନ୍ ଯୋଜନାରେ ସହାୟତା ରାଶି ପ୍ରଦାନ। ଭବାନୀପାଟଣା ଟାଉନ୍ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଚାଷୀଙ୍କୁ ଉପହାର ଦେଇଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଭବାନୀପାଟଣାସ୍ଥିତ ଟାଉନ୍ ହଲ୍‌ଠାରେ ସିଏମ୍ କିଷାନ୍ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। କଳାହାଣ୍ଡି ଜିଲ୍ଲାର ୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ସିଏମ୍ କିଷାନ୍ ଯୋଜନାରେ ସହାୟତା ରାଶି ପ୍ରଦାନ କରାଯାଇଛି। ସହାୟତା ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି। ଭବାନୀପାଟଣା ଟାଉନ୍ ହଲ୍‌ରେ ଆୟୋଜିତ ହୋଇଥିଲା ସିଏମ୍ କିଷାନ୍ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ। ଚାଷୀଙ୍କ ଆର୍ଥିକ ସହାୟତା ଓ କୃଷି କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି।କଳାହାଣ୍ଡି ଜିଲ୍ଲାର ୧ ଲକ୍ଷ ୬୮ ହଜାର ଚାଷୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ଚାଷୀଙ୍କୁ ମିଳିଥିବା ସହାୟତା ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି।କାର୍ଯ୍ୟକ୍ରମରେ ଚାଷୀଙ୍କ କଲ୍ୟାଣ ଏବଂ କୃଷି କ୍ଷେତ୍ରର ବିକାଶ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ସିଏମ୍ କିଷାନ୍ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ସିଧାସଳଖ ସହାୟତା ପହଞ୍ଚାଇବା ହେଉଛି ସରକାରଙ୍କ ଲକ୍ଷ୍ୟ।” ଜନ୍ମାଷ୍ଟମୀ ଅବସରରେ କଳାହାଣ୍ଡିର ଚାଷୀଙ୍କୁ ସିଏମ୍ କିଷାନ୍ ଯୋଜନାର ସହାୟତା ରାଶି ମିଳିବା ପରେ ଚାଷୀ ମହଲରେ ଉତ୍ସାହ ଦେଖାଦେଇଛି।