କଳାହାଣ୍ଡି, ୨୫/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରସ ଡୁମେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭେଜିପଦରଗ୍ରାମ ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳ ଭେଜିଗୁଡାରେ ଅର୍ଣ୍ଣବ ଲଘୁଚାପ ର ତାଣ୍ଡବ ରଚିଛି ଦୀର୍ଘ ସମୟର ଲଗାଣ ବର୍ଷା ଯୋଗୁ ଉପରମୁଣ୍ଡରୁ ଜଳ ପ୍ଲାବିତ ହୋଇ ହାତୀନଦୀର ଫୁଲା ଜଳରେ ଗ୍ରାମଟି ଜଳମଗ୍ନ ହୋଇଛି ଫଳରେ ଜନସାଧରଣଙ୍କ ଅସୁବିଧା ସୃଷ୍ଟି ହୋଇଛି । କମଳ ନଦୀର ଜାଲସ୍ତର ବୃଦ୍ଧିକୁ ନଜରେ ରଖି ସ୍ଥାନୀୟ ସରପଞ୍ଚ ଶ୍ରୀ ଯଦୁମଣି ସାହୁ, କର୍ତ୍ତବ୍ୟ ସଂସ୍ଥା, ଓ ବନ୍ୟା ଆଶ୍ରୟ ସ୍ଥଳର ସମ୍ପାଦକ ଶ୍ରୀ ଉମାକାନ୍ତ ମାଝୀ ତତ୍ପରତା ଦେଖାଇ ୩୦୦ ରୁ ଉର୍ଦ୍ଧ ଲୋକଙ୍କୁ ଆଶ୍ରୟ ସ୍ଥଳରେ ସୁରକ୍ଷିତ ଭାବରେ ରଖା ଯାଇ ତାଙ୍କୁ ଶୁଖିଲା ଖାଦ୍ୟ ଚୁଡା ବିସ୍କୁଟ, ରନ୍ଧା ଖାଦ୍ୟ ଓ ସ୍ଵଛ ପାନୀୟ ଜଳ ବ୍ୟବସ୍ଥା କରା ଯାଇଛି । ଗ୍ରାମର ଅଙ୍ଗନବାଡି କର୍ମୀ ଦୀପାଞ୍ଜଳି ମହାଳିକ, ଆଶା କର୍ମୀ ନନ୍ଦିନୀ ନାଏକ, ସିଏସଓ ଶ୍ରୀ ଚନ୍ଦନ ନାଗ ଓ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ- ଶ୍ରୀ ଜଗନ୍ନାଥ ସିଂ ପୂର୍ବତନ ବନ୍ୟା ଆଶ୍ରୟ ସ୍ଥଳ ସମ୍ପାଦକ ଶ୍ରୀ ଜାମିନୀକାନ୍ତ ଲେଞ୍ଜିଆ ପ୍ରମୁଖ ସମସ୍ତ ପରିସ୍ଥିତି କୁ ଅନୁଧ୍ୟାନ କରି ଆବଶ୍ୟକ ଔଷଧର ବ୍ୟବସ୍ଥା, ସ୍ଵଚ୍ଛ ପାନୀୟ ଜଳ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ପାଇଁ ସମସ୍ତ ସାମଗ୍ରୀ ମହଜୁଦ ରଖା ଯାଇଛି ଗ୍ରାମର ସ୍ବେଛାସେବୀ ପ୍ରମୁଖ କାର୍ଯ୍ୟରେ ସହଯୋଗ କରି ଗ୍ରାମବାସୀଙ୍କୁ ନିରାପଦ ରହିବାକୁ ସ୍ଵନ୍ତନା ଦେଉ ଥିବାର ପରିଲକ୍ଷିତ ହୋଇଛି । ଜୟ ପାଟଣା ବ୍ଲକ ଗ୍ରାମ ପଞ୍ଚାୟତ ବିକାଶ ଅଧିକାରି ଶ୍ରୀ ରୁପଧର ପ୍ରଧାନ ଟେଲିଫୋନ ଯୋଗେ ବନ୍ୟା ଓ ଉପଲବ୍ଧ ସମସ୍ତ ସ୍ଥିତି ବୁଝି ସହାୟତା ର ହାତ ବଢ଼ାଇ ଛନ୍ତି।
କଲାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

