ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ
ବୀରମହାରାଜପୁର, ୦୮/୦୯ ( ଜଗଦିଶ ମେହେର ) : ଆଜି ସୋନପୁରଠାରେ ଥିବା ଗ୍ରାମଉତଥାନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଦୋଦରର ମିଳିତ ଉଦ୍ୟମ ଦ୍ଵାରା ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି⁵ ଆନ୍ତର୍ଜାତୀୟ ସାକ୍ଷରତା ଦିବସରେ ମୁଖ୍ୟ ଅତିଥି ଭାବେ ସୁବଳୟା କଲେଜର ଅର୍ଥନୀତି ଅଧ୍ୟାପକ ଶ୍ରୀଯୁକ୍ତ ଦେବାଶିଷ ପଧାନ, ମୁଖ୍ୟ ବକ୍ତା ସୋନପୁର ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ ସୁଦାମ ଦୀପ, ସମ୍ମାନିତ ଅତିଥି ଗ୍ରାମଉତଥାନର ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରତାପ କୁମାର ପ୍ରଧାନ, ବିରାମହାରାଜପୁର ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ଶ୍ରୀମତୀ ସନ୍ତୋଶିନୀ ନାୟକ, ପୁଲକ ପତ୍ରିକାର ସମ୍ପାଦକ ତଥା ସାମାଜିକ କର୍ମୀ ରାଜୀବ କୁମାର ନାୟକ, ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭରପ୍ରାପ୍ତ ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ର, ଆଇଟି ଅଧ୍ୟାପକ ଉଦ୍ଧବ ପଧାନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପ୍ରଥମେ ଗ୍ରାମଉତଥାନର କାର୍ଯ୍ୟକ୍ରମ ପ୍ରବନ୍ଧକ ରାଧାକାନ୍ତ ନନ୍ଦ ମଞ୍ଚ ସଂଚାଳନ କରିଥିଲେ । ତାପରେ କାର୍ଯ୍ୟକ୍ରମ ପ୍ରବନ୍ଧକ କ୍ଷିରେନ୍ଦ୍ର ରଣା ଗ୍ରାମଉତଥାନ ଦ୍ଵାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ତାପରେ ଅତିଥି ମାନଙ୍କ ଦ୍ଵାରା ଏହି ଆନ୍ତର୍ଜାତୀୟ ସାକ୍ଷରତା ଦିବସରେ ଥିବା ବିଷୟ “literacy for people, planet and prosperity” କୁ ନେଇ ଆଲୋଚନା ଚକ୍ର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମା ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ସମେତ ଛାତ୍ରଛାତ୍ରୀ, ୮୦ ଜଣ ଯୁବକ ଯୁବତୀ କାଦୋଦର ଓ କୋଟସମଲେଇ ପଞ୍ଚାୟତର ଯୋଗ ଦେଇଥିଲେ ଓ ଗ୍ରାମଉତଥାନର ଇମପ୍ଲିମେନଟେଶନ ଅଫିସର ରଶ୍ମିତା ପଧାନ, ସ୍କୁଲ ଲିଡର ସମୀର ସୁନା, ପଦ୍ମନାଭ ପାଣିଗ୍ରାହୀ, ଦୟାନିଧି ବଘାର ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଗ୍ରାମଉତଥାନର କାର୍ଯ୍ୟକ୍ରମ ପ୍ରବନ୍ଧକ କ୍ଷିରେନ୍ଦ୍ର ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ତାପରେ ମୁଖ୍ୟ ଅତିଥିଙ୍କ ଆଦେଶକ୍ରମେ ସଭାଟିକୁ ସମାପ୍ତ କରାଯାଇଥିଲା ।