Hot Posts

6/recent/ticker-posts

ଶ୍ରୀ ଗୋପାଳଜୀଙ୍କ ବାରଗୋଟି ଅଷ୍ଟଧାତୁ ପ୍ରତିମୂର୍ତ୍ତି ଫେରାଇ ଆଣିବା ଉପରେ ଆଧାରିତ ପୁସ୍ତକ ଜିଲ୍ଲା ଗ୍ରନ୍ଥାଗାରକୁ ପ୍ରଦାନ

ସୁବର୍ଣ୍ଣପୁର, ୦୭/୦୯ ( ଜଗଦିଶ ମେହେର ) : ଆଜି ଅପରାହ୍ନ ୨ ଘଟିକା ସମୟରେ ଉପଜିଲ୍ଲାପାଳ, ସୋନପୁର ତଥା ସୋନପୁର ଦେବୋତ୍ତର ଅଧିକାରୀ ଡ. ସୌମ୍ୟରୂପା ରଥ ଶ୍ରୀ ଗୋପାଳଜୀଙ୍କ ବାରଗୋଟି ମୂର୍ତ୍ତିକୁ ସୋନପୁର ଫେରାଇ ଆଣିବା ଉପରେ ଆଧାରିତ ପୁସ୍ତକ ‘ଅନୁଭୂତିରେ ଶ୍ରୀ ଗୋପାଳଜୀ’ ଜିଲ୍ଲା ଗ୍ରନ୍ଥାଗାରକୁ ପାଠକ-ପାଠିକାମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଏହି ପୁସ୍ତକରେ ଉପଜିଲ୍ଲାପାଳ, ସୋନପୁରଙ୍କ ଭୂମିକା ଏବଂ ପରିଶ୍ରମ ବର୍ଣ୍ଣନା କରାଯାଇଛି। ଦୀର୍ଘ ୪୨ ବର୍ଷ ପରେ ସୋନପୁରର ଗୋପାଳଜୀ ମନ୍ଦିରକୁ ଅଷ୍ଟଧାତୁରେ ନିର୍ମିତ ୧୨ଗୋଟି ପ୍ରତିମୂର୍ତ୍ତି ଫେରାଇ ଆଣିବାରେ ଡ. ରଥଙ୍କ ଭୂମିକା ଅତୁଳନୀୟ। ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ ଏବଂ ଗ୍ରନ୍ଥାଗାରର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।