ବାଲିଆପାଳ ବିଶ୍ୱକର୍ମା ପେଣ୍ଟସ ରେ ଏସିଆନ ପେଣ୍ଟସ ତରଫରୁ ଗଣେଷ ପୂଜା ଉପଲକ୍ଷେ ପେଣ୍ଟିଙ୍ଗ ମିସ୍ତ୍ରୀ ମାନଙ୍କୁ ଉପହାର ବଣ୍ଟନ
ବାଲିଆପାଳ, ୦୯/୦୯ ( ଡ଼ ସନ୍ନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକର ପାରୁଳିଆ ଛକ ଅବସ୍ଥିତ ତାପସ ବେହେରା ଡିଲର ସିପ ଅନ୍ତର୍ଗତ ବିଶ୍ୱକର୍ମା ପେଣ୍ଟସ ହାଉସରେ ଏସିଆନ ପେଣ୍ଟସ ତରଫରୁ ସେଲସ ଏକ୍ସଜିକୁଟିଭ ହିମାଂଶୁ ଭୂଷଣ ଜେନାଙ୍କ ତତ୍ତ୍ଵଆବଧାନରେ ବିଭିନ୍ନ ପେଣ୍ଟିଙ୍ଗ କଣ୍ଟ୍ରାକ୍ଟର ମାନଙ୍କୁ ଓ ମିସ୍ତ୍ରୀ ମାନଙ୍କୁ ଗଣେଷ ପୂଜା ଉପଲକ୍ଷେ ଉପଢୌକନ ଓ ବ୍ୟାଗ ଉପହାର ଦିଆ ଯାଇଛି | କଣ୍ଟ୍ରାକ୍ଟର ମାନଙ୍କ ମଧ୍ୟରେ ଶ୍ରୀଧର ଘଡେଇ, ଚନ୍ଦନ ବେହେରା, ଅଶୋକ ମହାନ୍ତି, ମନୋଜ ପାଣିଗ୍ରାହୀ, ବିନୋଦ ରଙ୍ଗ, ଅଶୋକ ସାହୁ, ରଘୁନାଥ ସାହୁ ଦୁର୍ଯ୍ୟୟ ଜେନା ଓ କାଳିଚରଣ ଗଙ୍ଗାଇ ଅଂଶ ଗ୍ରହଣ କରିଥିଲେ |