ବାଲେଶ୍ୱର, ୦୯/୦୯ ( କାହୁଁ ଚରଣ ବାରିକ ) : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ସଂରକ୍ଷିତ ଅଞ୍ଚଳରୁ ଉଦ୍ଧାର ଉଦୟପୁର ଫରେଷ୍ଟ ଅଫିସ୍ରୁ ନନ୍ଦନକାନନ ଆସିଥିଲେ ୫ ଓରାଙ୍ଗଉଟାନ. RCCFଙ୍କ ଉପସ୍ଥିତିରେ ଓରାଙ୍ଗଉଟାନଙ୍କୁ ନନ୍ଦନକାନନ କୁ ଅଣାଗଲା. ଭାରତ ରୁ ପ୍ରାୟ ବିଲୁପ୍ତ ହୋଇଯାଇଥିବା ପ୍ରଜାତି ଓରାଙ୍ଗ ଓଟାଙ୍ଗ ଏଵେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ସଂରକ୍ଷିତ ଅଞ୍ଚଳରୁ ଉଦ୍ଧାର ହୋଇଛି.. ( 5 ଟି ) ସାଧାରଣତଃ ଦକ୍ଷିଣ ଏସିଆ ର ଘଞ୍ଚ ଜଙ୍ଗଲରେ ବସବାସ କରୁଥୁବା ଏହି ପ୍ରଜାତି ଉତ୍ତର ବାଲେଶ୍ବର ର ସମୁଦ୍ର ଉପକୂଳ ବର୍ତ୍ତି ସଂରକ୍ଷଣ ଅଞ୍ଚଳ ରୁ ମିଳିବା ଅନେକ କୁ ଆଶ୍ଚର୍ଯ୍ୟ ଚକିତ କରିଛି.କାରଣ ଭାରତୀୟ ପାଣିପାଗ ଓ ପରିବେଶ କୁ ଲକ୍ଷ କରିଲେ ଏହା ଏକ ପ୍ରାକୃତିକ ବ୍ୟତିକ୍ରମ ଭଳିଆ ଲାଗୁଚି.ସାଧାରଣତଃ ଏଵେ ମାଲେସିଆ ଏବଂ ଇଣ୍ଡୋନେସିଆ { କିଛି ଦିନ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ମୋଦି ଜି ଇଣ୍ଡୋନେସିଆ ଗସ୍ତ ସମାପ୍ତ କରି ଫେରିଛନ୍ତି } ଠାରେ କେବଳ ଓରାଙ୍ଗ ଓଟାଙ୍ଗ ଦେଖିବାକୁ ମିଳୁଛି.. ଭୌଗଳିକ ସ୍ଥିତି ନୁସାରେ ଏହି ବିଚିତ୍ରପୁର ସଂରକ୍ଷିତ ଲୁଣା ଜଙ୍ଗଲ ଟି ପ୍ରାୟ 3000 ରୁ 5000 ହେକ୍ଟର ଅଞ୍ଚରେ ପରିବେଷ୍ଟିତ ରହିଛି.. ଏବଂ ଏହି ଉପକୂଳରୁ ମାଲେସିଆ ଏବଂ ଇଣ୍ଡୋନେସିଆ ର ଦୂରତା ପ୍ରାୟ 1800 ମାଇଲ ହେବ.. ଓ ଏହି 1800 ମାଇଲ ଦୂରତା ମଧ୍ୟରେ ଅନେକ ଛୋଟ ବଡ଼ ଦ୍ୱିପପୁଞ୍ଜ ମଧ୍ୟ୍ୟ ରହିଛି.. ତାଛଡା ବିଚିତ୍ରପୁର ଜଙ୍ଗଲ ଠାରୁ 150/200 କିଲୋମିଟର ଦୂରରେ ବିଶ୍ଵପ୍ରସିଦ୍ଧ ସୁନ୍ଦରବନ ମଧ୍ୟ ରହିଛି, ଏହି ଓରାଙ୍ଗ ଓଟାଙ୍ଗ ଏଠାରୁ ଆସିଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି, ମାତ୍ର ସୁନ୍ଦରବଣ ରୁ ବିଚିତ୍ରପୁର ମଧ୍ୟରେ ସବୁଠୁ ବଡ଼ ସମସ୍ୟା ହେଉଛି ଗଙ୍ଗା ତଥା ହୁଗୁଳି ନଦୀର ମୁହାଣ ଓ ତାର ପ୍ରଖର ସୁଅ,ଏହି ଯିବ ମାନେ ପ୍ରାୟତଃ ଶାନ୍ତ ଅଟନ୍ତି, ଏମାନେ ସ୍ରୋତର ପ୍ରଖରତା ଅତିକ୍ରମ ଆସିବା ଅସମ୍ଭବ ଲାଗୁଚି.. ତେଣୁ ଏ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ବାଚୀ ରହିଛି.. ଅନେକ ଏହାକୁ ଚମତ୍କାର କହୁଥୁବା ବେଳେ କିଛି ଏହାକୁ ଅନ୍ତର୍ଜାତୀୟ ସ୍ମଗଲିଙ୍ଗ କହୁଛନ୍ତି
କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ
