ଏକ ଚୋରି ଘଟଣାରେ ଗାଡି ଜବତ 7 ଗିରଫ l
କଟକ, ୦୧/୦୯ ( କାହୁଁ ଚରଣ ବାରିକ ) : କଟକ ଜଗତପୁର ଥାନା ଚୋରି ଘଟଣାରେ 7 ଜଣ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଜଗତପୁର ଥାନା ଅଞ୍ଚଳର ଲୱା ମୁର୍ମୁ , ରାବଣ ସିଂ, ଜୟନ୍ତ ନାୟକ, ଚନ୍ଦ୍ରମଣି ବେହେରା, ଅନାମା ମଲ୍ଲିକ, ଚୌଦ୍ୱାର ଥାନା ଅଞ୍ଚଳର ନବ ସେଠୀ, ମୟୁରଭଞ୍ଜ ଜିଲ୍ଲାର ବିକାଶ ନାୟକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ମହାରାଷ୍ଟ୍ର ସଞ୍ଜୟ ଶ୍ରବଣ ହେଡାଓ , ବର୍ତ୍ତମାନ କଟକର ମଙ୍ଗଳାବାଗରେ କାନାରା ବ୍ୟାଙ୍କ, ସମ୍ପତ୍ତି ପୁନରୁଦ୍ଧାର ପରିଚାଳନା ଶାଖାର ମୁଖ୍ୟ ପରିଚାଳକ ଭାବରେ କାର୍ଯ୍ୟ କରନ୍ତି। ତା ୩୦.୦୮.୨୦୨୬ ରେ, ଜଗତପୁରର ନ୍ୟୁଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ମେସର୍ସ ଜଗନ୍ନାଥ ପଲିପ୍ୟାକ୍ସ ଲିମିଟେଡ୍ ପରିସରରେ କିଛି ଦୁର୍ବୁତ୍ତମାନେ ଚୋରି କରିବା ଉଦ୍ଦେଶ୍ୟରେ କାରଖାନା ପରିସରରେ ପାଚେରୀ ଭାଙ୍ଗି କାରଖାନା ପରିସରରେ ପଶି ଅଫିସ ଚାମ୍ବର, ଲାପଟପ୍, ଏୟାର କଣ୍ଡିସନର, ବୈଦ୍ୟୁତିକ ଫିଟିଂ, ଯନ୍ତ୍ରପାତି ସହ ଲୁହା ସାମଗ୍ରୀ, କେବୁଲ୍ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରି କରି ଏକ ମହିନ୍ଦ୍ରା ଭେରୋ ଗାଡ଼ିରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।