Hot Posts

6/recent/ticker-posts

ଦେୱାନୀ ମାମଲା RFA- 3/24 ଟି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତୀ ଅଳ୍ପନା ସ୍ୱାଇଁ ଙ୍କ ଦ୍ଵାରା ମାମଲା ଟି ଫୈସଲା ହୋଇଛି।

ରାୟଗଡ଼ା, ୩୧/୦୮ ( ଭି. ଗୌରି ଶଙ୍କର ରାଓ ) : ଦୀର୍ଘ ଦିନ ରୁ ଏହି ଦେୱାନୀ କେସ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ଅଦାଲତ ରେ ବିଚରାଧୀନ ଥିଲା। ଏଥିରେ ଖିର ମାଝୀ, ଯୋରୋ ମାଝୀ, ଲକ୍ଷ୍ମଣ ମାଝୀ, ପୁନି ମାଝୀ ଅପିଲକାରି ଥିଲେ। ଏମାନେ ସମସ୍ତେ ଲିମାଦାର ଗାଁ ର ବାସିନ୍ଦା ଥିଲେ । ପ୍ରତିବାଦୀ ମାନେ ଥିଲେ ବୋନ୍ଦୋ ମାଝୀ, ମନ ମାଝୀ, ଶ୍ରୀରାମ ମାଝୀ, ମାଳତୀ ମାଝୀ ଏହି ମାନେ ମଧ୍ୟ ଲିମାଦାର୍ ଗାଁ ର ଥିଲେ । ଏହି ମାମଲା ବରିଷ୍ଠ ଦେୱାନୀ ଅଦାଲତ, ରାୟଗଡ଼ା ମାମଲା ସଂଖ୍ୟା CS- 119/17 ରେ ଶୁଣାଣି ହୋଇଥିଲା। ଏହି ରାୟ ବିରୋଧରେ ଅପିଲକାରୀ ମାନେ ଜିଲ୍ଲା ଦୌରା ଜଜ୍ ଙ୍କ ଅଦାଲତରେ RFA No- 3/24 ମୁତାବକ ଏକ ଅପିଲ ମାମଲା ରୁଜୁ କରିଥିଲେ।।ଅପିଲକାରି ମାନେ କରିଥିବା ଅପିଲ କୁ ମାନ୍ୟବର ଦୌରା ଜଜ୍ ରାୟଗଡ଼ା (A.D.J) ମାମଲା ଟି କୁ ନାକଚ କରିଥିଲେ। ପ୍ରତିପକ୍ଷ ମାନଙ୍କ ଓକିଲ ଲାବଣ୍ୟ ମୋହନ ପଟ୍ଟନାୟକ ଥିବା ବେଳେ ଅପିଲକାରି ଙ୍କ ଓକିଲ କିଶୋର କୁମାର ଠାକର୍ ଥିଲେ ।