Hot Posts

6/recent/ticker-posts

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବ୍ରଏଲର କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌

ଅର୍ଣ୍ଣପାଳ, ୩୧/୦୮ ( ନବଦୂତ ) : ଭଦ୍ରକ ସଦରରୁ ଆଖଣ୍ଡଳମଣି ଯାଇଥିବା ମୁଖ୍ୟ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ବ୍ରଏଲର କୁକୁଡ଼ା ବୋଝେଇ ମହିନ୍ଦ୍ରା ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ମୁତାବକ, ପିକ୍‌ଅପ୍‌ ଭ୍ୟାନ୍‌ଟି ଅର୍ଣ୍ଣପାଳ ଛକ ଦେଇ ଯାଉଥିବା ସମୟରେ ଚାଳକ କୌଣସି କାରଣରୁ ଭାରସାମ୍ୟ ହରାଇଥିଲେ। ଫଳରେ ଗାଡ଼ିଟି ଅର୍ଣ୍ଣପାଳ ଛକଠାରୁ କିଛି ଦୂରରେ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମିଳିନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।


ନବଦୂତ, ମାନସ କୁମାର ସାହୁ