Hot Posts

6/recent/ticker-posts

ସରକାର ବନ୍ୟା ପରିଚାଳନରେ ବିଫଳ- ବିଜେଡି।ବାଲିଆପାଳ l

ବାଲେଶ୍ଵର , ୨୫/୦୮ ( ପ୍ରଭାକର ମଲ୍ଲିକ ) : ସୁବର୍ଣ୍ଣରେଖା ନଦୀ ଓ ଜଳକା ନଦୀର ବନ୍ୟା ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ମଙ୍ଗଳ ବାର ବାଲିଆପାଳ ପୂର୍ତବିଭାଗ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ରାଜ୍ୟ ଉପସଭାପତି ରଘୁନାଥ ମହାନ୍ତି କହିଛନ୍ତି। କାରଣ ଚଳିତ ବନ୍ୟାରେ ଆବଶ୍ୟକ ସ୍ଥଳେ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ହେଉକି ରନ୍ଧା ଖାଦ୍ୟ ନ ପହଞ୍ଚିବାରୁ ଲୋକେ ଭୋକ ଉପାସରେ ଦିନ କାଟିଛନ୍ତି। ସରକାର ମୁଣ୍ଡ ପିଛା ଏକ କେଜି ଚୁଡ଼ା ଓ ଦୁଇ ଶହ ଗ୍ରାମ ଗୁଡ଼ ଦେବେ ବୋଲି କହିଥିବା ବେଳେ ବାସ୍ତବରେ ତାହା ମିଳି ନାହିଁ । ମୁଣ୍ଡ ପିଛା ପରିବର୍ତ୍ତେ ପରିବାର ପିଛା ମିଳିଛି ଏକ କେଜି ଚୂଡ଼ା ଓ ଶହେ ଗ୍ରାମ ଗୁଡ଼ । ଏହା ଏକ ଦୁଃଖ ଓ ପ୍ରତାପ ର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ଖବରଦାତା ସମ୍ମିଳନୀ ରେ ବସ୍ତା ବ୍ଲକ ବିଜେଡି ସଭାପତି ମହାଦେବ ଦାସ, ବାଲିଆପାଳ ବ୍ଲକ ସଭାପତି ଭଗବାନ ଗିରି, ବିଶିଷ୍ଠ ବିଜେଡି ନେତା ବସନ୍ତ ମହାନ୍ତି, ବିଜେଡି ବାଲିଆପାଳ ବ୍ଲକ ସମ୍ପାଦକ ସନ୍ୟାସୀ ବେହେରା, ବଶିଷ୍ଠ ବିଜେଡି ନେତା ଚିତ୍ତରଂଜନ ଜେନା, ଅବସର ପ୍ରାପ୍ତ ବିଡିଓ ବାଜେଲ ମାଝୀ, ବଶିଷ୍ଠ ବିଜେଡି ନେତା ଶରତ ପ୍ରଧାନ, ସୁଶାନ୍ତ ଗିରି, ବାଲିଆପାଳ ପଞ୍ଚାୟତର ସଭାପତି ସୁବୋଧ ପାତ୍ର ଙ୍କ ସହିତ ବହୁ ବିଜେଡି ନେତା ଯୋଗ ଦେଇ ସରକାର ବନ୍ୟାରେ ଲୋକଙ୍କୁ ଠିକ ଭାବରେ ରିଲିଫ ଯୋଗାଇ ନପାରିବା ସହିତ ସରକାର ବନ୍ୟା ଆସିବାର ପ୍ରାକ ସୂଚନା ସାଧାରଣ ଲୋକଙ୍କୁ ନଜଣାଇବା,ସୁବର୍ଣ୍ଣରେଖା ନଦୀର ଉପରମୁଣ୍ଡା ଓ ଜଳକା ନଦୀର ଉପର ମୁଣ୍ଡାର ପ୍ରବଳ ବର୍ଷା ହେବାର ଖବର ଦେଇଥିଲେ ମଧ୍ୟ ସରକାରଙ୍କ ତରଫରୁ ଜନସାଧାରଣ ମାନଙ୍କୁ ସଚେତନ କରାନଯିବା ଆଦି ବିଭିନ୍ନ ସମସ୍ୟାକୁ ନେଇ ସରକାର ଙ୍କୁ ନିନ୍ଦା କରିଥିଲେ। ଏହି ସବୁ କାରଣରୁ ସରକାର ବନ୍ୟା ପରିଚାଳନାର ସମ୍ପୂର୍ଣ୍ଣ ବିଫଳ ବୋଳି ମତ ରଖି ଥିଲେ। ତେବେ ଏହି ବନ୍ୟାର ବିଶେଷ କରି ଚାଷୀ ବର୍ଷ କର ଚାଷ ହରାଇଥିବାରୁ ସେମାନଙ୍କୁ କୃଷି ଋଣ, ଚାଷ କ୍ଷତି ପୂର୍ଣ୍ଣ, ପୁନର୍ବାର ଚାଷ ପାଇଁ ସହାୟତା ପ୍ରଦାନ କରିବା ସହିତ ନଦୀ ବନ୍ଧ ପୁନରୁଦ୍ଧାର, ଘାଇ ମରାମତି ପରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ଦାବି କରିଥିଲେ।(ଫଟୋ )



ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l