ବିଲଖେଜୁରିଆରେ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ l
ବାଲେଶ୍ଵର , ୨୬/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ବିଲଖେଜୁରିଆ ଗାଁରେ ବନ୍ୟା ପ୍ରଭାବିତ ଓ ଆବଶ୍ୟକତା ଥିବା ପରିବାରଙ୍କୁ ବସ୍ତା ନିର୍ବାଚନମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ବସ୍ତା ନିର୍ବାଚନମଣ୍ଡଳୀର ବିଜନ ଭାଇ, ଗଡ଼ପଦା କଂଗ୍ରେସ କମିଟି ସଭାପତି ଚକ୍ରଧର ମହାନ୍ତି ଓ ସୁଶାନ୍ତ କୁମାର ଦାସଙ୍କ ସହଯୋଗରେ ଏହି ସହାୟତା କାର୍ଯ୍ୟକ୍ରମ ହୋଇଥିଲା। କଂଗ୍ରେସ କର୍ମୀମାନେ ଗାଁର ବିଭିନ୍ନ ପରିବାରଙ୍କ ନିକଟରେ ପହଞ୍ଚି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଦୁର୍ଦ୍ଦିନରେ ଲୋକଙ୍କ ସହ ଠିଆ ହୋଇ ଏଭଳି ସହାୟତା ପ୍ରଦାନ କରାଯାଇଥିବାରୁ ସ୍ଥାନୀୟ ଲୋକେ କଂଗ୍ରେସ କମିଟିର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l