Hot Posts

6/recent/ticker-posts

ମାଁ ସମଲେଶ୍ୱରୀ ଗୋପାଳ ସମାଜ କିଲୁପଙ୍ଗା ପକ୍ଷରୁ ଅଞ୍ଚଳର ବିକାଶ ନେଇ ବୈଠକ

ଫୁଲବାଣୀ, ୨୬/୦୮ ( ବାଳକୃଷ୍ଣ କହଁର ) : ମାଁ ସମଲେଶ୍ୱରୀ ଗୋପାଳ ସମାଜ କିଲୁପଙ୍ଗା ପକ୍ଷରୁ ଜାମୁଝୋରୀ, କଟ୍ରିଙ୍ଗିଆ ଓ ସଲାଗୁଡା ଗ୍ରାମପଞ୍ଚାୟତ ର ଜନସାଧାରଣ ମାନଙ୍କୁ ନେଇ ଅଞ୍ଚଳର ବିକାଶ ପାଇଁ କିଲୁପଙ୍ଗା ଗ୍ରାମ ନିକଟ କେନ୍ଦୁବାରୁ ଛକ ଠାରେ ଏକ ମିଳିତ ବୈଠକ ଗୋପାଳ ସମାଜ ସଭାପତି ଉତ୍ସବ ବାଘ, ସମ୍ପାଦକ ଦୁଃଶାସନ ବାଘ ଏବଂ ପ୍ରକାଶ ବାଘ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକ ରେ ଏହି ତିନୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ଧରି ଥିବା ସମସ୍ୟା ଗୁଡିକ ଯଥା:- ଗମନା ଗମନ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକ ରେ ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କନ୍ଧମାଳ ର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର, କନ୍ଧମାଳ ବିଜେପି ଜିଲ୍ଲା ସମ୍ପାଦକ ଦେବାଶିଷ ପ୍ରିୟ ଦର୍ଶନ ସାହୁ, ମୁକ୍ତିକାନ୍ତ ମହାନ୍ତି, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଆଦିତ୍ୟ କହଁର, ମଣ୍ଡଳ ସାଧାରଣ ସମ୍ପାଦକ ଜୟନ୍ତ କହଁର, କଟ୍ରିଙ୍ଗିଆ ପଞ୍ଚାୟତ ର ବିଜେପି ସଭାପତି ଅନନ୍ତ କହଁର, ଡୁଡୁକି ପଞ୍ଚାୟତ ର ସଭାପତି ସୁରେଶ ମହାକୁଡ଼,ଜାମୁଝୋରୀ ଗ୍ରାମ ର ପୂର୍ବତନ ସମିତିସଭ୍ୟ ସୁବେ କହଁର ଙ୍କ ସମେତ ଲୋଚନ ମଲ୍ଲିକ, ଚନ୍ଦ୍ରକାନ୍ତ କହଁର ପ୍ରମୁଖ ଯୋଗଦେଇ ଥିବାବେଳେ ବନମାଳୀ ପ୍ରଧାନ ବୈଠକ କୁ ମଞ୍ଚ ପରିଚାଳନା କରିଥିଲେ । କନ୍ଧମାଳ ର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ ଲୋକଙ୍କ ସରକାର ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ସମସ୍ୟାର ସମାଧାନ କରିବେ ବୋଲି ନିଜ ଅଭିଭାଷଣ ରେ କହିଥିଲେ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ