Hot Posts

6/recent/ticker-posts

ଦାଦନ ଶ୍ରମିକଙ୍କ ମୃତ୍ୟୁ: ଭାଟିପାସରେ ଲେବର ବିଭାଗର ଅଧିକାରୀ,ବିଧବା ପରିବାରକୁ ସହାୟତାର ଆଶ୍ୱାସନା I

କଳାହାଣ୍ଡି, ୧୬/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ପରେ ଗତକାଲି ଭIଟିପାସ ଗ୍ରାମରେ ପହଞ୍ଚିଥିଲେ ଶ୍ରମ ବିଭାଗର ଅଧିକାରୀ । ନର୍ଲା ବ୍ଲକର ସହକାରୀ ଶ୍ରମ ଅଧିକାରୀ ଏ.ଏଲ.ଓ ଶ୍ରୀଯୁକ୍ତ ସନାତନ ମାଝୀ ଏବଂ ଥୁଆମୂଳ ରାମପୁର ବ୍ଲକର ସହକାରୀ ଶ୍ରମ ଅଧିକାରୀ ଏ.ଏଲ.ଓ ଶ୍ରୀଯୁକ୍ତ ସତ୍ୟବ୍ରତ ଗ୍ରାମରେ ପହଞ୍ଚି ମୃତ ଦାଦନ ଶ୍ରମିକଙ୍କ ବିଧବା ସ୍ତ୍ରୀ,ମୃତ ଯୁବକଙ୍କ ମାଆ ଏବଂ କିଛି ଗ୍ରାମବାସୀଙ୍କ ସହ ବସି ଘଟଣା ଓ ପରିବାରର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ I ଆଲୋଚନା ସମୟରେ ପରିବାରର ଆର୍ଥିକ ସ୍ଥିତି,ଆବଶ୍ୟକତା ଏବଂ ମିଳିପାରୁଥିବା ବିଭିନ୍ନ ସରକାରୀ ସୁବିଧା ସମ୍ପର୍କରେ ଅଧିକାରୀ ମାନେ ତଥ୍ୟ ସଂଗ୍ରହ କରି ନେଇଥିଲେ I ଏହି ତଥ୍ୟ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରାଯାଇ,ନିୟମ ଅନୁଯାୟୀ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ ଆଶ୍ୱାସନ ଦେଇ ଯାଇଥିଲେ I ଏହି ସମୟରେ ସ୍ଥାନୀୟ ସରପଞ୍ଚ ଶ୍ରୀ ମହେନ୍ଦ୍ର ନାଏକ,ପି.ଇ.ଓ ଶ୍ରୀଯୁକ୍ତ ତିଲୋଚନ ନାଏକ ଏବଂ ଏ.ଡି.ଓ ଶ୍ରୀଯୁକ୍ତ ପ୍ରଶାନ୍ତ ବେଶରା ଉପସ୍ଥିତ ରହିଥିଲେ I ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନା ଅଧୀନରେ ସରପଞ୍ଚ ମହେନ୍ଦ୍ର ନାଏକ ଓ ପି.ଇ.ଓ ତିଲୋଚନ ନାଏକ ମିଶି ବିଧବା ଭଉଣୀଙ୍କୁ ୩,୦୦୦ ଟଙ୍କାର ତତ୍କାଳ ସହାୟତାଏଥିସହ ସରପଞ୍ଚଙ୍କ ପକ୍ଷରୁ ବିଧବା ଭଉଣୀଙ୍କୁ ଏକ ପ୍ୟାକେଟ୍ ଚାଉଳ ମଧ୍ୟ ପ୍ରଦାନ କରିଥିଲେ I ଏହା ସହ ସରପଞ୍ଚ ମହେନ୍ଦ୍ର ନାଏକ ବିଧବା ଭଉଣୀଙ୍କୁ ଯଥାଶୀଘ୍ର ବିଧବା ଭତ୍ତାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରିବାରକୁ ଆଗାମୀ ଦିନରେ ଯାହା କିଛି ସହାୟତା ଆବଶ୍ୟକ ହେବ, ନିଜ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମଧ୍ୟ ସେ ଆଶ୍ୱାସନ ଦେଇଥିଲେ I ଦାଦନ ଶ୍ରମିକଙ୍କ ମୃତ୍ୟୁ ପରେ ପରିବାର ପାଖରେ ଶ୍ରମ ବିଭାଗର ଅଧିକାରୀ ଓ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିମାନେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହ ସହାୟତାର ପଦକ୍ଷେପ ନେଇଥିବାରୁ ପରିବାର ମଧ୍ୟରେ ଆଶା ସୃଷ୍ଟି ହୋଇଛି I ଦୁଃଖରେ ଥିବା ପରିବାର ପାଖରେ ପ୍ରଶାସନ ଓ ପଞ୍ଚାୟତ ତତ୍କାଳ ସହାୟତା ସହ ଆଗାମୀ ସହଯୋଗର ଦୃଢ଼ ଆଶ୍ୱାସନ ଦେଇଛନ୍ତି I




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ