ଲଇକେରା, ୧୫/୦୮ ( ନବଦୂତ ) : ଲଇକେରା ଗ୍ରାମପଞ୍ଚାୟତ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ ସରପଞ୍ଚ ପ୍ରିୟମ୍ୱଦା ବେହେରା ଜାତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଗ୍ରାମ ପଞ୍ଚାୟତ ବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ପୂଜାରୀ, ଏଡିଇଓ ପୁଷ୍ପାଞ୍ଜଳୀ ଭୋଇ, ଜିଆରଏସ ନିମାଇଁ ଚରଣ ନାଏକ, ନାଏବ-ସରପଞ୍ଚ ତେଜରାଜ ପଟେଲ, ୱାର୍ଡ ସଭ୍ଯ ଅନିଲ କୁମାର ସରାଫ, ଠଣ ସୁନ୍ଦର ସେଠ, ଯୁଧିଷ୍ଠିର ସା, ସିଆରପିମାନେ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏବଂ ଏସ୍ଇଏମ୍ ଶୁଶିଲ କୁମାର ବେହେରା, ସମାଜସେବୀ ମନୋଜ ବେହେରାଙ୍କ ସମେତ ବହୁ ଅଧିକାରୀ, କର୍ମଚାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।ସେହିପରି ଲଇକେରା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନମାନଙ୍କରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।ବ୍ଲକ କାର୍ଯ୍ୟାଳୟ, ଆଇସିଡିଏସ୍,କୃଷି ବିଭାଗ, ତହସିଲ,ପିଡବ୍ଲୁଡି କାର୍ଯ୍ୟାଳୟ, ଥାନା,ବ୍ୟାଙ୍କ, ଅଗ୍ନିଶମ ବିଭାଗ, ରାଜସ୍ୱ ବିଭାଗ,ଅବକାରୀ ବିଭାଗ,ସ୍କୁଲ ଓ କଲେଜ,ହସ୍ପିଟାଲ ସହ ବିଭିନ୍ନ ଅନୁଷ୍ଠାନରେ ଦେଶାତ୍ମବୋଧର ପରିବେଶ ସୃଷ୍ଟି ହୋଇଥିଲା ।ବ୍ଲକସ୍ତରୀୟ ୮୦ ତମ ସ୍ୱାଧିନତା ଦିବସ ପାଳନ ଅବସରରେ ସ୍ଥାନୀୟ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ବିଧାୟକ ତ୍ରିପାଠୀ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ପ୍ରଦର୍ଶିତ ଅଭିବାଦନ ଗ୍ରହଣ କରିବା ସହ ସ୍ୱାଧିନତା ଦିବସର ମହତ୍ତ୍ୱ ଓ ଦେଶର ଉନ୍ନତିରେ ଯୁବପିଢିର ଭୂମିକା ସମ୍ପର୍କରେ ବାର୍ତ୍ତା ଓ ଅଭିଭାଷଣ ରଖିଥିଲେ ।ଏହି ଅବସରରେ ଲଇକେରା ଅଞ୍ଚଳ ଜାତୀୟ ସଙ୍ଗୀତ ଓ ରାଷ୍ଟୀୟ ସଙ୍ଗୀତର ଦେଶାତ୍ମବୋଧକ ସ୍ୱରରେ ପ୍ରକମ୍ପିତ ହୋଇ ଉଠିଥିଲା ।କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଖେଳ ଶିକ୍ଷକଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ
