Hot Posts

6/recent/ticker-posts

ବୋଲଗଡ଼ ମଣ୍ଡଳରେ ଉଲ୍ଲାସ ସମ୍ବର୍ଦ୍ଧନା ସମାରୋହ ଏବଂ କ୍ରୀଡା ପ୍ରତିଯୋଗିତା ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ବୋଲଗଡ, ୨୮/୦୮ (ସୁଶାନ୍ତ କୁମାର ପ୍ରଧାନ) : ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମଣ୍ଡଳ ଅନ୍ତର୍ଗତ ପିଏମ ଶ୍ରୀ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଓ ଶିକ୍ଷକ ସୁସ୍ମିକାନ୍ତ ନାୟକଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡ.ପ୍ରଜ୍ଞା ପାରମିତା ଜେନା, ମୁଖ୍ୟବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଦିଲ୍ଲୀପ କୁମାର ମୁଦି, ସମ୍ମାନିତ ଅତିଥି ରୂପେ ବୋଲଗଡ ଶୈକ୍ଷିକ ଉନ୍ନୟନ ପରିଷଦର ଉପଦେଷ୍ଟା ପଦ୍ମ ଚରଣ ବେହେରା, ମଣ୍ଡଳ କ୍ରୀଡା ପରିଷଦର ଉପଦେଷ୍ଟା ଜୟରାମ ଦାଶ, ବାମନ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରାନୁମା ପ୍ରଧାନ ଙ୍କ ସମେତ ବୋଲଗଡ଼ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାସନାଥ ସ୍ୱାଇଁ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ନିରଞ୍ଜନ ନାୟକ ଯୋଗଦାନ କରିଥିଲେ। ବୋଲଗଡ଼ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଉଚ୍ଚ ମାଧ୍ୟମିକ, ମାଧ୍ୟମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ, ସାଧନ କେନ୍ଦ୍ର ସଂଯୋଜକଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ମଣ୍ଡଳ କ୍ରୀଡା ସଂପାଦକ ଅଭିଷେକ ମହାନ୍ତି ଗତ ବର୍ଷର ବିବରଣୀ ପଠନ କରିଥିଲେ। ଚଳିତ ବର୍ଷଠାରୁ କ୍ରୀଡା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବାରୁ ଏହା ଉପରେ ଗୁରୁତ୍ୱ ଆରୋପ କରିବା,ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା, ଆଗ୍ରହରେ ସୁକର୍ମ କରି ଅନ୍ୟମାନଙ୍କ ହୃଦୟ ଜିଣିବା, କାହା ମନରେ ଆଘାତ ନ ଦେବାକୁ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। କ୍ରୀଡା ପ୍ରତିଯୋଗିତା ପରିଚାଳନା ସମ୍ପର୍କରେ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥିମାନେ ଉପଦେଶ ପ୍ରଦାନ କରିଥିଲେ। ଜୋନାଲ ଏବଂ ମଣ୍ଡଳ ସ୍ତରରେ ଚଳିତ ବର୍ଷ ହେବାକୁ ଥିବା ସମସ୍ତ ଖେଳ କ୍ରୀଡା ପାଇଁ ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପ୍ରାକ୍ତନ ମଣ୍ଡଳ କ୍ରୀଡା ସମ୍ପାଦକ ସ୍ଥାନ ନିରୂପଣ କରିଥିଲେ. ତାହାପରେ କୃତୀ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରି ଥିଲେ. ଦ୍ଵିତୀୟ ପର୍ଯ୍ୟୟରେ ସାଧନ କେନ୍ଦ୍ର ସଂଯୋଜକ ଲୋକନାଥ ସାହୁ ସାକ୍ଷରତା ପକ୍ଷ ଏବଂ ସାକ୍ଷରତା ଦିବସ ପାଳନରେ ହେବାକୁ ଥିବା କାର୍ଯ୍ୟ କଳାପ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ। ସାକ୍ଷରତା ହାର ବୃଦ୍ଧି ନିମିତ୍ତ କେତେକ ତରିକା ସମ୍ବନ୍ଧରେ ମୁଖ୍ୟ ଅତିଥି ଉପସ୍ଥିତ ସର୍ଭେୟର ଓ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କୁ ଅବଗତ କରିଥିଲେ। ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରି ସାକ୍ଷରତା ହାର ଅଭିବୃଦ୍ଧି ଦିଗରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ୧୪ ଜଣ ସ୍ବେଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀ, ସର୍ଭେୟରଙ୍କୁ ପ୍ରଶଂସା ପତ୍ର ଓ ଉତ୍ତରୀୟ ପ୍ରଦାନ କରାଯିବା ସହ ଶିକ୍ଷାର୍ଥୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏପରି କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଖ୍ୟ ଅତିଥି। ମୁଖ୍ୟ ବକ୍ତା ଓ ସମସ୍ତ ସମ୍ମାନିତ ଅତିଥି ଖିସି ବ୍ୟକ୍ତ କରିଥିଲେ।