Hot Posts

6/recent/ticker-posts

ନୂଆ ପିଢ଼ିରେ ସାହିତ୍ୟ ସୃଷ୍ଟିର ଆଗ୍ରହ ବଢ଼ାଇବାକୁ କର୍ମଶାଳା, ସାମିଲ ହେଲେ ୯୦ରୁ ଊର୍ଦ୍ଧ୍ୱ ସାହିତ୍ୟିକ ଓ ଛାତ୍ରଛାତ୍ରୀ

ଜୟପୁର, ୩୦/୦୮ ( ଏ. ଭେଙ୍କଟ ରାଓ ) : ସାହିତ୍ୟ କର୍ମଶାଳା, ନୂଆ ପିଢ଼ିଙ୍କୁ ଭୁବନେଶ୍ବର ପାଣିଗ୍ରାହୀ ସ୍ମୃତି ସଂସଦ ଦ୍ୱାରା ଏକ ସାହିତ୍ୟ କର୍ମଶାଳା ଜିଲ୍କା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କୋରାପୁଟ, ଜୟପୁର ଠାରେ ଅନୁଷ୍ଠିତ ହୋଇଯାଇଛି , ଅନୁଷ୍ଠାନର ସଭାପତି ଜାନକୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସମ୍ପାଦକ ଡ଼. ସୁଧାଂଶୁ ପଟନାୟକ ବାରିଷ୍ଠ ଶିଶୁ ସାହିତ୍ୟିକ ଶ୍ରୀମତୀ କୁମୁଦମାଳା ମହାନ୍ତି ,ସମ୍ମାନୀତ ଅତିଥି ବିଶିଷ୍ଠ ଲେଖକ ଶ୍ରୀଯୁକ୍ତ ଜଳଧର ସ୍ୱାଇଁ ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମି ସଦସ୍ୟ ସୁ ସାହିତ୍ୟିକ ଶ୍ରୀଯୁକ୍ତ ଲଷ୍ମୀକାନ୍ତ ପାଢ଼ୀ ଏବଂ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ କୋରାପୁଟ, ଜୟପୁର ଅନୁଷ୍ଠାନର ଅଧକ୍ଷା ଶ୍ରୀମତୀ ମମତା ଝୁଡିଆ ଉପସ୍ଥିତ ଥିଲେ। ମଞ୍ଚ ଆସୀନ ଅତିଥିଙ୍କ ଉପସ୍ଥିତିରେ କବିତା ଏବଂ ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇ ଥିଲା। କବିତା କିପରି ଲେଖିବା କେଉଁ କେଉଁ ଦିଗ ଯତ୍ନ ବାନ ହେବା ଆବଶ୍ୟକ ଏବଂ କଣ କଲେ ଜଣେ ଲେଖିବା ଆରମ୍ଭ କରି ପାରିବ ୟା ଉପରେ ଆଲୋଚନା କରାଯାଇ ପିଲାଙ୍କୁ କବିତା ଲେଖିବା ପାଇଁ ପ୍ରଶିକ୍ଷକ ମାନଙ୍କ ଦ୍ୱାରା କୁହାଯାଇଥିଲା ଏହି ସାହିତ୍ୟ କର୍ମଶାଳା ସମ୍ମିଳନୀରେ ନବେ ରୁ ଉର୍ଦ୍ଧ୍ୱ ସାହିତ୍ୟିକ ଏବଂ ଛାତ୍ର ଉପସ୍ଥିତ ଥିଲେ।ମଞ୍ଚ ଆସୀନ ଅତିଥୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଅସ୍ମିତା ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରବେଷଣ କରାଯାଇଥିଲା। ଏହି କବିତା କର୍ମଶାଳାରେ ବିକ୍ରମଦେବ ବିଶ୍ୱବିଦ୍ୟାଳୟର ସିନେଟ ମେମ୍ବର ଶ୍ରୀଯୁକ୍ତ କରସୁଧା ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ ନଳିନୀ ରଞ୍ଜନ ମିଶ୍ର, ମଧୁସୂଦନ ମିଶ୍ର, କୃଷ୍ଣ ହୋତା, ବୁଲୁ ଷଡ଼ଙ୍ଗୀ, ତପନ ତ୍ରିପାଠୀ, ଅନଶ୍ଵୟା ସମନ୍ତରୟ, ସନ୍ଧ୍ୟାରାଣୀ ସାହୁ, ସୌଭାଗିନୀ ନନ୍ଦ, ସଂଯୁକ୍ତା ରାଉତ ଏବଂ ଅନ୍ୟାନ୍ୟ ସାହିତ୍ୟିକ ମାନେ ଉପସ୍ଥିତ ଥିଲେ।ସାହିତ୍ୟିକଙ୍କ ମହଲରେ ଏଭଳି କାର୍ଯ୍ୟକ୍ରମ ପାଇଁ ନୂତନ ପିଢ଼ି ସାହିତ୍ୟିକ ଗଢ଼ି ତାଲିବାରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଥିଲା ।