Hot Posts

6/recent/ticker-posts

ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ସଭାପତି ମନୋଜ ଶତପଥୀଙ୍କ ତତ୍ୱାବଧାନରେ ସାମ୍ବାଦିକ ଦକ୍ଷତା ଶିବିର ବରଗଡ଼ ମିଳନ ମଣ୍ଡପ ଠାରେ ଅନୁଷ୍ଠିତ, ୧୧ଟି ଜିଲ୍ଲାର ସାମ୍ବାଦିକ ଦକ୍ଷତା ଶିବିରରେ ସାମିଲ

ବରଗଡ଼, ୧୬/୦୮ ( ରିତେଶ କୁମାର ମୁଣ୍ଡ ) : ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ପକ୍ଷରୁ ବରଗଡ଼ ମିଲନ ମଣ୍ଡପଠାରେ ଆଜି ଏକ ଦିନିକିଆ ସାମ୍ବାଦିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ବରଗଡ଼ ଓ ଅନୁଗୁଳ ଜିଲ୍ଲାରୁ ଶତାଧିକ ଡିଜିଟାଲ ମିଡ଼ିଆ ପ୍ରତିନିଧି ଓ ସାମ୍ବାଦିକମାନେ ଏହି ସାମ୍ବାଦିକ ଦକ୍ଷତା ପ୍ରଶିକ୍ଷଣ ଶିବିରରେ ଯୋଗ ସାମ୍ବାଦିକ କାର୍ଯ୍ୟକଳାପ କିଭଳି ରହିଥାଏ, କିପରି ସାମ୍ବାଦିକତା କରାଯାଏ ସେ ଉପରେ ଅତି ସରଳ ଭାବରେ ଟ୍ରେନର ପ୍ରଶିକ୍ଷଣ ଦେଇଥିଲେ lବରଗଡ଼ଜିଲ୍ଲା  ସଭାପତି ମୁନ୍ନା ସାହୁ,ସେକ୍ରେଟାରୀ ଏମ ଦୁର୍ଗାପ୍ରସାଦ ଓ ରାଜ୍ୟ ସେକ୍ରେଟାରୀ ତରଣୀ ପଟେଲ ଙ୍କ ପ୍ରୟାସ ରେ ଆୟୋଜିତ ଏହି ଶିବିରରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ରନାଥ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।ଟ୍ରେନର ଅରବିନ୍ଦ ଦାଶ ଓ ସୂର୍ଯ୍ୟକାନ୍ତ ଖେଡୁଆଲ ସିଂ ଯୋଗଦେଇ ଡିଜିଟାଲ ମିଡ଼ିଆ ମହାସଂଘର ସାମ୍ବାଦିକ ମାନଙ୍କୁ ସାମ୍ବାଦିକତାର ନୂତନ ଧାରା ଓ ଡିଜିଟାଲ ମିଡ଼ିଆର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ବରଗଡ଼ SP ରବୀନ୍ଦ୍ରନାଥ ଶତପଥୀ ତାଙ୍କ ବକ୍ତବ୍ୟରେ ଡିଜିଟାଲ ମିଡ଼ିଆ ସମାଜ ପାଇଁ ଏକ ମୁଖ୍ୟ ମାଧ୍ୟମ ବୋଲି ପ୍ରକାଶ କରିଥିଲେ l କିନ୍ତୁ ଖବର ପ୍ରକାଶ ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ କରିବା ସହ ନିରପେକ୍ଷତା ଓ ଦାୟିତ୍ୱବୋଧକୁ ପ୍ରାଥମିକତା ଦେବା ଜରୁରୀ ବୋଲି ମଧ୍ୟ ସୂଚାଇ ଥିଲେ l ଗଣମାଧ୍ୟମ ଓ ପୁଲିସ ମଧ୍ୟରେ ସମନ୍ୱୟ ରହିଲେ ହିଁ ସମାଜରେ ରହିଥିବା ସମସ୍ୟାର ସମାଧାନ ହୋଇ ପାରିବ ବୋଲି ସେ ମତପ୍ରକାଶ କରିଥିଲେ।ଏହି ଅବସରରେ ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟ ସଭପତି ମନୋଜ ଶତପଥୀ, କାର୍ଯ୍ୟକାରୀ ସଭାପତି  ସୂର୍ଯ୍ୟ କାନ୍ତ  ଖେଡୁୱାଲ ସିଂ ଓ ରାଜ୍ୟ ସଧାରଣ ସମ୍ପାଦକ କବିରାଜ ପାତ୍ର ଉପସ୍ଥିତ ଥିଲେ। ପ୍ରଶିକ୍ଷଣ ଶିବିରରେ ଡିଜିଟାଲ ସାମ୍ବାଦିକତା, ଖବରର ସତ୍ୟତା ଯାଞ୍ଚ, ଦାୟିତ୍ୱପୂର୍ଣ୍ଣ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବା ସହ ଆଧୁନିକ ଗଣମାଧ୍ୟମର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ ସାମ୍ବାଦିକ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଙ୍କୁ ଅଂଶଗ୍ରହଣ ଟ୍ରେନିଂ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।