Hot Posts

6/recent/ticker-posts

କାର୍ଯ୍ୟବନ୍ଦ ଆନ୍ଦୋଳନରେ ୧୫୦ ରୁ ଊର୍ଦ୍ଧ୍ୱ କର୍ମଚାରୀ, ଅଚଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଭବାନିପାଟଣା, ୧୪/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠିକା ସଂସ୍ଥା ‘L&K’ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ୧୫୦ ରୁ ଊର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍ୱୀପର, ୱାର୍ଡ ଆଟେଣ୍ଡାଣ୍ଟ ଓ ସିକ୍ୟୁରିଟି ଗାର୍ଡ ଆନ୍ଦୋଳନରେ ସାମିଲ ହେବାରୁ ହସ୍ପିଟାଲର ସ୍ୱଚ୍ଛତା ଓ ସୁରକ୍ଷା ସେବା ବ୍ୟାହତ ହୋଇଛି। ଫଳରେ ରୋଗୀସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଠିକା ସଂସ୍ଥା ‘L&K’ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ୧୫୦ ରୁ ଅଧିକ କର୍ମଚାରୀ। ନିଜର ଦାବି ପୂରଣ ନହେବା ପର୍ଯ୍ୟନ୍ତ କାମକୁ ଫେରିବେ ନାହିଁ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଆନ୍ଦୋଳନରେ ସ୍ୱୀପର, ୱାର୍ଡ ଆଟେଣ୍ଡାଣ୍ଟ ଓ ସୁରକ୍ଷାକର୍ମୀ ସାମିଲ ଥିବାରୁ ହସ୍ପିଟାଲର ସ୍ୱଚ୍ଛତା ଏବଂ ସୁରକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ହସ୍ପିଟାଲ ପରିସରରେ ଅସ୍ୱାସ୍ଥ୍ୟକର ପରିବେଶ ନେଇ ମଧ୍ୟ ଚିନ୍ତା ବଢ଼ିଛି। ସମସ୍ୟାର ସମାଧାନ ପାଇଁ CDMO ଏବଂ ଠିକା ସଂସ୍ଥାର କର୍ତ୍ତୃପକ୍ଷ ଆନ୍ଦୋଳନରତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଆଲୋଚନାରୁ କୌଣସି ସମାଧାନର ବାଟ ବାହାରିନଥିବାରୁ ଆନ୍ଦୋଳନ ଜାରି ରହିଛି। ଏବେ ପ୍ରଶ୍ନ ଉଠୁଛି— କର୍ମଚାରୀଙ୍କ ଦାବିର ସମାଧାନ କେବେ ହେବ ଏବଂ କେବେ ସ୍ୱାଭାବିକ ହେବ ହସ୍ପିଟାଲର ସ୍ୱଚ୍ଛତା, ସୁରକ୍ଷା ଓ ରୋଗୀସେବା?



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ